ଭଣ୍ଡାର ଘରଣୀଙ୍କ ଶକ୍ତି ପୀଠରେ ପୁସ୍ତକ ‘ ମୁଁ ଓ ମୁଁ ‘ ପୁସ୍ତକ ଉନ୍ମୋଚିତ

0
385

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଅଧ୍ୟାପିକା ନୀହରିକା ମଲ୍ଲିକଙ୍କ ଦ୍ବାରା ହିନ୍ଦୀ ଲେଖକ ମୃଦୁଳା ଗର୍ଗ ଙ୍କ ‘ ମେ ଔର ମେ ‘ ଓଡ଼ିଆ ଅନୁବାଦିତ ହୋଇ ପୁସ୍ତକ ‘ ମୁଁ ଓ ମୁଁ ପବିତ୍ର ଶକ୍ତି ପୀଠ ଗାଁ ଭଣ୍ଡାର ଘରଣୀଙ୍କ ଠାରେ ସମର୍ପିତ ହୋଇ ଉନ୍ମୋଚିତ ହୋଇଯାଇଛି । ଏଥିରେ ଲେଖୁ ନୀହରିକାଙ୍କ ସହ ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଚନ୍ଦ୍ର ଶେଖର ହୋତା , ଗାଳ୍ପିକ ଅଶୋକ ପଟ୍ଟନାୟକ , ଲେଖକ ବୁଲୁ ହୋତା , ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ଉପସ୍ଥିତ ହୋଇଥିଲେ । ସାମାଜିକ ଜୀବନ ଚିତ୍ରର ଅଣଦେଖାକିଛି ସମ୍ପର୍କ ଯେ ଜଣେ ଲେଖକର ଦୃଷ୍ଟିରୁ ବାଦ ପଡେନି ନୀହରିକାଙ୍କ ଏଇ ପୁସ୍ତକକୁ ପଢିଲେ ଅଚିରେ ଜଣେ ବୁଝିପାରିବ । ନିଜକୁ ସମ୍ଭାନ୍ତି , ପରୋପକାରୀ , ଦୟାଳୁ ସାବ୍ୟସ୍ତ କରିବାକୁ ଯାଇ ବେଳେବେଳେ ମହାନ ହେବାର ମୋହ ମଣିଷକୁ ଏତେ କବଳିତ କରିଦିଏ ଯେ , ସେ ନିଜ ସହ ମଧ୍ୟ ଛଳନା କରିଥାଏ । ଦୟା , ପରୋପକାର କରିବା ଆଳରେ ସେ ନିଜର ଅହଂ ଓ ସମ୍ମାନ୍ନପଣିଆକୁ ସାବ୍ୟସ୍ତ କରିବାକୁ ପଛାଇ ନଥାଏ । ସଫଳତାର ଶୀର୍ଷରେ ପହଞ୍ଚିବ । ପାଇଁ ସମ୍ପର୍କକୁ ସିଡି ରୂପେ ବ୍ୟବହାର କରିଥାଏ । ଓଡ଼ିଆ ପାଠକଙ୍କ ଭିତରେ ଅନୁବାଦିକା ଏଇ କିଛି ବର୍ଷ ଭିତରେ ନିଜ ପାରଦର୍ଶିତା ଦେଖାଇ ନିଜ କଲମକୁ ନବରଙ୍ଗପୁର ମାଟିରେ ନିରନ୍ତିର ଚଳଚଞ୍ଚଳ ରଖୁଛନ୍ତି ବୋଲି ଲେଖକ ବୁଲୁ ହୋତା କହିଛନ୍ତି । ପାର୍ବଣ ପର୍ବର ପୂର୍ବାଭାସରେ ଏଭଳି ପ୍ରୟାସ କଲମନିଷ୍ଠଙ୍କୁ ଅନେକ ଖୋରାକ ଜଣାଇବ । ଲେଖୁଙ୍କ ଦ୍ବାରା ରଚିତ ଅନେକ ପୁସ୍ତକ ଭିତରୁ ଏଇ ପୁସ୍ତକ ଓଡ଼ିଆ ସାହିତ୍ୟ ଜଗତରରେ ଅନ୍ୟତ୍ତମ ହୋଇପାରିବ ବୋଲି ଉପସ୍ଥିତ ଅତିଥିଙ୍କ ବିଶ୍ବାସ ହୋଇଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here