କୋଦଳା ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀଙ୍କ ଯୋଗଦାନ l

0
803

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ଶ୍ରୀଯୁକ୍ତ ଦେବାଶିଷ ମହାନ୍ତି ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି l ପୂର୍ବରୁ ସେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ଥିଲେ l କୋଦଳା ଥାନା ଆଇଆଇସି ଭାବେ କାର୍ଯ୍ୟକରୁଥିବା ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁଙ୍କୁ ଗଞ୍ଜାମ ଥାନାକୁ ବଦଳି ହେବା ପରେ ଶ୍ରୀ ମହାନ୍ତି ଏଠାରେ ଯୋଗ ଦେଇଛନ୍ତି l ଯାହାକୁ ନେଇ ଥାନାର ସମସ୍ତ କର୍ମଚାରୀ ସ୍ୱାଗତ କରିଛନ୍ତି l ସେ ଅପରାଧିକ କାର୍ଯ୍ୟକଳାପକୁ ଆଇନ ଅନୁସାରେ ଦୃଢ଼ ହସ୍ତରେ ଦମନ କରିବାକୁ ଦୃଢ଼ ନିଷ୍ପତି ନେଇଛନ୍ତି l ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଗୁରୁତର ସହ ଗ୍ରହଣ କରି ସମାଧାନ କରିବା, ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା, ଜୁଆ ମଦ ଅସାଧାରଣ କାର୍ଯ୍ୟକଳାପକୁ ଦମନ ସହ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ପୂର୍ଣ୍ଣ ମାତ୍ରାରେ ପ୍ରଚେଷ୍ଟା କରିବେ ବୋଲି ଶ୍ରୀ ମହାନ୍ତି ପ୍ରତିଶୃତି ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here