କରୋନା ଯୋଦ୍ଧା ରମାଦିଦି ଙ୍କୁ ସମ୍ବର୍ଦ୍ଧନା କଲା ଜିଲ୍ଲାପ୍ରଶାସନ

0
525

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ୭୪ତମ ସ୍ଵାଧୀନତା ଦିବସ ଅବସର ରେ ଛତ୍ରପୁର ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ କରୋନା ଯୋଦ୍ଧାଙ୍କ ସମ୍ବର୍ଦ୍ଧନା କରାଯାଇଛି।ନିଜେ ରୋଗରେ ଅସୁସ୍ଥ ଥାଇ ମଧ୍ୟ ସମାଜ ସେବା ତାଙ୍କ ଜୀବନର ମୂଳ ବ୍ରତ। ହିଞ୍ଜିଳିକାଟୁ ବ୍ଲକ ଖଣ୍ଡରା ଗ୍ରାମର ଅଙ୍ଗନବାଡି କର୍ମ ରମା ସାହୁ କର୍କଟ ରୋଗରେ ଅସୁସ୍ଥ ଥାଇ ମଧ୍ୟ କରୋନା ମହାମାରୀ ଯୁଦ୍ଧ ରେ ଜଣେ ଯୋଦ୍ଧା ସାଜି ଆଜିକି ଦୀର୍ଘ ୪ମାସ ଧରି ଲୋକ ମାନଙ୍କ ସେବା କରିଆସୁଛନ୍ତି। ରମା ଦିଦିଙ୍କୁ କରୋନା ଯୋଦ୍ଧା ଭାବେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମାନପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ଲୋକସେବା ରେ ନିୟେଜିତ ରହିବା ପାଇଁ ଉତ୍ସାହିତ କରିଥିଲେ।ଏହି ସମୟରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସିଡିପିଓ ଶୁଭଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ମାନିତ କରିବା ପରେ ରମା ଖୁସି ଥିବା ବେଳେ ଅନ୍ୟ ମାନେ ଏଭଳି ଘଡିସନ୍ଧି ମୁହୂର୍ତ୍ତ ରେ କାମ କରିବା ପାଇଁ ମନ ଦ୍ଵିଗୁଣିତ ହେବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here