ମର୍ଦ୍ଦମେଖ ପଞ୍ଚାୟତରେ ‘ମୋ ଗାଁ ରେ ତହସିଲ’ ଶିବିର କାର୍ଯ୍ୟକ୍ରମ

0
663

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟ ସରକାର ମୋ ସରକାର ଓ ୫ଟି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଆରମ୍ଭ ହୋଇଛି ମୋ ଗାଁରେ ତହସିଲ ଶିବିର । ଲୋକେ ରାଜସ୍ୱ କାର୍ଯ୍ୟାଳୟ ବିଭାଗର ସମସ୍ତ ସେବା ପାଇବେ ନିଜ ଗାଁ ତଥା ନିଜ ପଞ୍ଚାୟତରେ। ରାଜସ୍ୱ ବିଭାଗରେ ଥିବା ମାମଲା ଗୁଡିକର ମଧ୍ୟ ତୁରନ୍ତ ଫଇସଲା କରାଯିବ । ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଗୁରୁବାର ବେଗୁନିଆପଡ଼ା ବ୍ଳକ ମର୍ଦ୍ଦମେଖ ପଞ୍ଚାୟତ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷ ବିଜୟ ଦୋରା,କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା,ମର୍ଦ୍ଦମେଖ ସରପଂଚ ହୃଷୀକେଶ ମେହେଣା ଓ ଦିଗାପଡା ପଞ୍ଚାୟତର ସରପଂଚ ପ୍ରତିନିଧି ଉପେନ୍ଦ୍ର ପରିଡା ଯୋଗ ଦେଇଥିଲେ।
ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିବା ବେଳେ ସଠିକ୍ ସମୟରେ ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ଏବେ ଆଉ ତହସିଲକୁ ଦୌଡ଼ିବାକୁ ପଡିବ ନାହିଁ। ଗରିବ ତଥା ଭୂମିହୀନ ଲୋକମାନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଘରଡିହ ପ୍ରଦାନ, ବିଭିନ୍ନ ପ୍ରକାରର ମ୍ୟୁଟେସନ, ଇ ପାଉତି, ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ, ଗ୍ରାମକଣ୍ଠ, ଓ ଏଲ୍ ଆର୍ ୮ ଏ ପ୍ରଭୃତିର ସୁବିଧା ସୁଯୋଗ ସରକାରଙ୍କ ନିୟମ ଅନୁସାରେ ଉଚିତ୍ ସମୟ ମଧ୍ୟରେ ସେବା ଯୋଗାଇଦେବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ତହସିଲଦାର ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here