ବିଜେଡିର ବିଜେପୁର ବିଜୟ ; ଐତିହାସିକ ରେକର୍ଡ ସୃଷ୍ଟି କଲେ ରୀତା

0
774

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁ ନିଜର ବିଜୟ ଜରିଆରେ ରାଜ୍ୟ ନିର୍ବାଚନ ଇତିହାସରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଏଯାବତ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସମସ୍ତଙ୍କୁ ପଛରେ ପକାଇ ୯୭ ହଜାର ୯୯୪ ରେକର୍ଡ ବ୍ୟବଧାନରେ ରୀତା ବିଜୟ ହାସଲ କରିଛନ୍ତି। ଭୋଟ ଗଣତିର ଶେଷ ସୁଦ୍ଧା ବିଜେଡି ୧,୩୫,୯୪୯ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେପିକୁ ୩୭,୯୫୫ ଏବଂ କଂଗ୍ରେସକୁ ୫,୮୭୧ ମିଳିଛି। ବିଜେପୁରରେ ରୀତାଙ୍କ ବୃହତ୍ ବିଜୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକାଶ କରିଛନ୍ତି। ଫୋନ କରି ନବୀନ ରୀତାଙ୍କୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନକୁ ମଧ୍ୟ ଟପି ଯାଇଛନ୍ତି ରୀତା। ସାଧାରଣ ନିର୍ବାଚନରେ ବିଜେପୁର ଆସନରୁ ନବୀନ ପଟ୍ଟନାୟକ ୫୭,୧୨୨ ଭୋଟ୍ ବ୍ୟବଧାନରେ ଜିତିଥିଲେ।

LEAVE A REPLY

Please enter your comment!
Please enter your name here