ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ୬ଟି ଜିଲ୍ଲାର ସ୍କୁଲ୍ ଛୁଟି ଘୋଷଣା

0
658

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବୁଧବାରଠୁ ଲାଗି ରହିଛି ପ୍ରବଳ ବର୍ଷା। ଏଥିପାଇଁ ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଯାତାୟାତରେ ବାଧାପ୍ରାପ୍ତ ହୋଇଛି। ଅତି ପ୍ରବଳ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ଗଞ୍ଜାମ ଜିଲ୍ଲା ସହ ପାଞ୍ଚଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶ ଦେଇଛନ୍ତି। କିନ୍ତୁ ଶିକ୍ଷକମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ସମୟରେ ସ୍କୁଲ୍କୁ ଆସିବାକୁ କୁହାଯାଇଛି।
ନିରବଚ୍ଛିନ୍ନ ବର୍ଷା ଯୋଗୁଁ ରେଶମ ନଗରୀ ଗଞ୍ଜାମ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛି। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଅଞ୍ଚଳର ପାହାଡ଼ ଉପର ମୁଣ୍ଡରେ ବର୍ଷା ଯୋଗୁଁ ଅଧିକାଂଶ ଚାଷ ଜମି ଜଳ ମଗ୍ନ ହୋଇପଡିଛି, ଆସିକା ଜାତୀୟ ରାଜପଥ ଓ ଦିଗପହଣ୍ଡିରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି,ପାଟପୁର ସ୍ଥିତ ବୁଧେଶ୍ୱର ମନ୍ଦିର ନିକଟ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here