ଗଞ୍ଜାମ ଏସ ପିଙ୍କ ଲଗାତାର ପରିଦର୍ଶନ ପରେ ଆସ୍କା ମେଡିକାଲରେ ଦେଖିବାକୁ ମିଳିଛି ୫ଟିର ପ୍ରତିଫଳନ।

0
911

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ସମଗ୍ର ରାଜ୍ୟରେ ଏବେ ୫ଟି କାର୍ଯ୍ୟକାରିତାକୁ ନେଇ ପ୍ରକାଶ ପାଇଛି ତତ୍ପରତା। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସ୍କା ଉପଖଣ୍ଡ ଡାକ୍ତରଖାନାରେ। ଗଂଜାମ ଏସପି ଶ୍ରୀ ବ୍ରିଜେଶ ରାଏଙ୍କ ଆସ୍କା ଚିକିତ୍ସାଳୟରେ କ୍ରମାଗତ ପରିଦର୍ଶନ ଆଜି ସପ୍ତମ ଦିନରେ ପହଞ୍ଚିଛି। ଏହି ସାତ ଦିନ ମଧ୍ୟରେ ତାଙ୍କ ଆଦେଶ କ୍ରମେ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରି ହୋଇପାରିଛି ଓ ଲୋକେ ତାହାର ସୁଯୋଗ ନେଇପାରୁଛନ୍ତି। ସେଗୁଡିକ ମଧ୍ୟରେ
ପ୍ରଥମେ ଡାକ୍ତରଖାନାକୁ ଦଲାଲମାନଙ୍କ କବଳରୁ ମୁକ୍ତ କରାଯାଇପାରିଛି। ୫ଟି ବେଆଇନ ପ୍ରବେଶପଥକୁ ସମ୍ପୂର୍ଣ ଭାବେ ବନ୍ଦ କରିଦିଆଯାଇ ଡାକ୍ତରଖାନାକୁ ଏକ ସ୍ୱତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ରଖାଯାଇପାରିଛି। ପରିମଳ କ୍ଷେତ୍ରରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଡାକ୍ତରଖାନା ପରିସର ସ୍ୱାସ୍ଥ୍ୟପଯୋଗୀ ହୋଇପାରିଛି।
ବିଦ୍ୟୁତ ଜନିତ ସମସ୍ୟାର ସମାଧାନ କରିବାକୁ ଯାଇ ଡିଜେଲ ଚାଳିତ ଜେନେରେଟରକୁ କାର୍ଯ୍ୟକ୍ଷମ କରାଯାଇଛି।.ଆବଶ୍ୟକ ଅନୁଯାୟୀ ଅଧିକ ଉର୍ଜା ବିଶିଷ୍ଟ ବିଜୁଳିବତୀ ଚିକିତ୍ସାଳୟ ଭିତରେ ତଥା ଚାରିପାଖରେ ଲଗାଯିବା ଦ୍ୱାରା ଚିକିତ୍ସାଳୟ ସମ୍ପୂର୍ଣ ରୂପେ ଅନ୍ଧାରମୁକ୍ତ ହୋଇପାରିଛି | ଖୁବଶୀଘ୍ର ଡାକ୍ତରଖାନାରେ ରକ୍ତ ଭଣ୍ଡାର ବ୍ୟବସ୍ଥା କରାଯିବା ସହିତ ଜବରଦଖଲ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। ଦୀର୍ଘଦିନ ପରେ ଡାକ୍ତରଖାନାରେ ଏଭଳି ପରିବର୍ତ୍ତନ ସମ୍ଭବପର ହୋଇଥିବାରୁ ରାଜ୍ୟ ସରକାରଙ୍କ ୫ଟି ଓ ଗଞ୍ଜାମ ଏସ ପି ବ୍ରିଜେଶ ରାୟଙ୍କ ପଦକ୍ଷେପକୁ ଆସ୍କାବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here