ଉଲ୍କାପିଣ୍ଡ ସନ୍ଧାନ କଲେ ବନିତା ଦାସ

0
400

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ଟେଲିସ୍କୋପର ସଫ୍ଟୱେୟର ଇମେଜ ମାଧ୍ୟମରେ ବିଶ୍ୱ ବ୍ରହ୍ମାଣ୍ଡରୁ ଉଲ୍କାପିଣ୍ଡକୁ ଖୋଜି ବାହାର କରିବାରେ ସକ୍ଷମ ହୋଇଛନ୍ତି ଜିଲ୍ଲାର ପ୍ରତିଭା ବନିତା ଦାସ । ଜାତୀୟସ୍ତରରେ ଜବାହାର ନବୋଦୟ ବିଦ୍ୟାଳୟର ୧୬ ଜଣ ପ୍ରତିଭାଧାରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ ଜଣ ଉଲ୍କାପିଣ୍ଡ ସନ୍ଧାନ କରିଥିବାବେଳେ ଏମାନଙ୍କ ମଧ୍ୟରୁ ଏକମାତ୍ର ଓଡ଼ିଆ ଝିଅ ବନିତା ଅଛନ୍ତି । ଜିଲ୍ଲାପାଇଁ ବନିତା ଗୌରବ ଆଣିପାରିଛନ୍ତି । ଆଗାମୀ ଦିନରେ ସେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ବନିତାଙ୍କ ଘର ନବରଙ୍ଗପୁର ସହର ଗାଦବା ଗୁଡ଼ାରେ । ତାଙ୍କ । ବାପା ବନବିହାରୀ ଦାସ ମଧ୍ୟପ୍ରଦେଶ ଅନୁପପୁର ଜିଲ୍ଲାର ଅମରକଣ୍ଟକ୍ ଜବାହର ନବୋଦୟ ବିଦ୍ୟାଳୟ ଉପାଧ୍ୟକ୍ଷ ଅଛନ୍ତି । ବନୀତା ସେହି ସ୍କୁଲର ଦଶମ ଶ୍ରେଣୀରେ ପଢୁଛନ୍ତି । ଭାରତ ସରକାରଙ୍କ ମହାକାଶ ଗବେଷଣା ସଂଗଠନ ଆନୁକୂଲ୍ୟା ଉଲ୍ କାପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମରେ ବନିତା ଭାଗ ନେଇଛନ୍ତି । ଉଲ୍କାପିଣ୍ଡର ନାମକରଣ ହୋଇଛି । ଏ ଦିଗରେ ଗବଷେଣା କରି ଆସନ୍ତା ୬ ବର୍ଷ ମଧ୍ୟରେ ଏହାର ଗତିପଥ ବିଷୟରେ ଜାଣିପାରିବେ ବୋଲି ସେ କହିଛନ୍ତି । ବନିତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here