ଗଂଜାମ ଓକିଲ ସଂଘର ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ; ପହଞ୍ଚିଲା ୧୧ବର୍ଷରେ

0
590

ବ୍ରହ୍ମପୁର ୩୧/୭ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):୨୦୦୮ ମସିହାଠାରୁ ଦୀର୍ଘ ୧୧ବର୍ଷ ହେଲା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରରେ ଉଚାନ୍ୟାୟାଳୟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗଂଜାମ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଆସୁଛି |
ଏହି ଦାବି ପୂରଣ ପାଇଁ ଗଂଜାମ ଓକିଲ ସଂଘ ପ୍ରତ୍ୟେକ ମାସର ଅନ୍ତିମ ଚାରି ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗ ଦେଉଛନ୍ତି |ଏହି ମାସର ସୋମବାରଠାରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଆରଂଭ ହୋଇ ଆଜି ଅନ୍ତିମ ଦିନରେ ପହଞ୍ଚିଛି | ବରିଷ୍ଠ ଓକିଲମାନଙ୍କ ସହ ବହୁ ଯୁବ ଓକିଲ ଏହି ଆନ୍ଦୋଳନରେ ଯୋଗ ଦେଇ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ସଫଳ କରାଇବାରେ ପୂର୍ଣ୍ଣ ସହଯୋଗ କରୁଛନ୍ତି |

LEAVE A REPLY

Please enter your comment!
Please enter your name here