ରାତ୍ର ସଫେଇ କାର୍ଯ୍ୟକୁ ବୁଦ୍ଧିଜୀବୀଙ୍କ ପ୍ରଶଂସା, ବିପର୍ଯ୍ୟୟ ମୁକାବିଲା ସକାଶେ ପ୍ରସ୍ତୁତି ବୈଠକ

0
286

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ମୁତାବକ ଗଞ୍ଜାମ ଜିଲ୍ଲାରେ ୨୧ ଏବଂ ୨୨ ତାରିଖ ଦିନ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି । ଦୁଇ ଦିନ ତଳେ କରାଯାଇଥିବା ଆକଳନରେ ପରିବର୍ତ୍ତନ ଘଟିଛି । ଏଣୁ ଜିଲ୍ଲାର ସମସ୍ତ ଖାଲୁଆ ଅଞ୍ଚଳ ଏବଂ ବିପଦପୂର୍ଣ୍ଣ ଗୃହରେ ରହୁଥିବା ପରିବାର ବର୍ଗଙ୍କୁ ବର୍ଷା ହେବାର ସ୍ଥିତି ଦେଖାଗଲେ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ତହସିଲଦାର ମାନଙ୍କୁ ଜଣାଇଅଛନ୍ତି । ପାଗର ପରିବର୍ତ୍ତନ ଯୋଗୁଁ ସମସ୍ତ ପ୍ରସ୍ତୁତ କରି ରଖିବେ । ଆବଶ୍ୟକ ପଡିଲେ ପୂର୍ବ ପ୍ରସ୍ତୁତି ପ୍ରକାରେ କାର୍ଯ୍ୟଧାରା କରିବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । କ୍ଷୟକ୍ଷତିର ଆକଳନ ସକାଶେ ନିଜ ସ୍ତରରେ ଦଳ ଗଠନ କରି ରଖନ୍ତୁ । ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲା ଭାବେ ପରିଚିତ, ଏଣୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ପ୍ରସ୍ତୁତ ହୋଇ ରହିବାକୁ ସମସ୍ତଙ୍କୁ କୁହାଯାଇଥିଲା ।
କୋଭିଡ୍ ସମୟରେ କେରଳରେ ଓନମ୍ ପୂଜା ପାଳନ କରାଯାଇଥିଲା ଏବଂ ସେଥିଯୋଗୁଁ ଅନେକ ବ୍ୟକ୍ତି ସଂକ୍ରମିତ ହୋଇଥିଲେ । ଏହି କାରଣରୁ ସଂକ୍ରମଣ ବୃଦ୍ଧିକୁ ରୋକିବା ସକାଶେ ଗଞ୍ଜାମ ଜିଲ୍ଲାରେ ଦୂର୍ଗାପୂଜା ପାଳନକୁ କଟକଣା ଜାରି କରାଯାଇଅଛି । ଜିଲ୍ଲାବାସୀ କରୋନା ଭୟ ଅପସରିଗଲା ଭାବି ବର୍ତ୍ତମାନ ସଚେତନତା ଓ ନିଜର ସୁରକ୍ଷା ଦିଗରେ ଢିଲା ମାରୁଥିବା ନଜର ଆସୁଛି । ଏଥି ସକାଶେ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଦିଗରେ ସାଇକେଲ ରାଲି, ସ୍ବୟଂ ସହାୟିକା ଗୋଷ୍ଠୀ ରାଲି ଓ କୋଭିଡ୍ ସଖୀ ରାଲି କରିବାକୁ ଜଣାଇଥିଲେ । କାର୍ଯ୍ୟାଳୟ ମାନଙ୍କରେ କୋଭିଡ୍ ପ୍ରୋଟୋକଲ୍ କୁ କେମିତି ସମସ୍ତେ ମାନି ଚଳିବେ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି । କୋଭିଡ୍ ପରିଚାଳନାରେ ଜିଲ୍ଲା ଯେମିତି ସୁନାମ ହାସଲ କରିଛି ଠିକ୍ ସେହିପରି ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ ସୁନାମ ପାଇବ ସେ ଦିଗରେ ସମସ୍ତଙ୍କର ଆଭିମୁଖ୍ୟ ରହିବା ଜରୁରୀ । ଗ୍ରାମାଞ୍ଚଳରେ ଲୋକେ ଯେମିତି ବାହାରେ ମଳ ତ୍ୟାଗ କରିବେ ନାହିଁ ଶୌଚାଳୟର ବ୍ୟବହାର କରିବେ ସେ ଦିଗରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ କହିଥିଲେ ଏବଂ ଶୌଚାଳୟକୁ ରାସ୍ତା ଓ ପାଣିର ଉପଲବ୍ଧିକୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ . ।
ରାସ୍ତକାଘାଟ ରାତି ସଫେଇ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି । ଏଣୁ ସଫେଇ କାର୍ଯ୍ୟ ରାତିରେ ତ୍ବରାନ୍ବୀତ କରି ପ୍ରାତଃ ୩ ଘ. ସମୟରେ ଯେମିତି ଶେଷ ହେବ ତାହା ପ୍ରତି ଦୃଷ୍ଟି ଦେବାକୁ ଜଣାଇଥିଲେ । ରାତ୍ର ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କ ଉପସ୍ଥିତି ଯୋଗୁଁ ରାତ୍ର ସମୟରେ ମହିଳାଗଣ ସୁରକ୍ଷିତ ମଣୁଛନ୍ତି । ଚୋରୀ ଭୟ ବି ଦୂର ହେଉଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ସମସ୍ତ ଅଧିକାରୀ ଗଣ କେବଳ କାର୍ଯ୍ୟାଳୟରେ ନ ବସି କ୍ଷେତ୍ର ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟର ପରିଚାଳନା କରିବାକୁ ଅବଗତ କରାଇଥିଲେ ।
ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଓ୍ବାସନ ଭି, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜରୁରୀକାଳୀନ ଅଧିକାରୀ ଦିବ୍ୟ ଲୋଚନ ମହାନ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here