କଳିଙ୍ଗ ଆଡଭାନ୍ସ ପବ୍ଲିକ୍ ସ୍କୁଲ୍ ରେ ଶିଶୁ ଦିବସ ପାଳିତ

0
239

ଭୁବନେଶ୍ୱର : ଶିଶୁ ମାନେ ଟିକି ଟିକି କଳିକା । ଏହି କଳିକାଟି ଯେତେବେଳେ ଫୁଟିଉଠେ ସେ ତାର ମହକରେ କେବଳ ସମଗ୍ର ପରିବେଶନୁହେଁ ସମଗ୍ର ଦେଶକୁ ମହକାଇଦିଏ । ସେଇ ଟିକି ଟିକି କଳିକା ମାନଙ୍କୁ ନେଇ ଭୁବନେଶ୍ୱର ସତ୍ ଵିହାର ସ୍ଥିତ କଳିଙ୍ଗ ଆଡଭାନ୍ସ ପବ୍ଲିକ୍ ସ୍କୁଲ୍ ରେ ମହା ଆଡମ୍ବରରେ ପାଳନ କରିଛି ଶିଶୁଦିବସ ।

ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଵିଜେପି ନାରୀନେତ୍ରୀ ଶ୍ରୀମତୀ ସୈାଭାଗ୍ୟଲକ୍ଷ୍ମୀ ଦାସ ପ୍ରଜ୍ବଳନ କରି ଉକ୍ତ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ କେନ୍ଦିରୀୟ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀମତୀ ଗୀତାରାଣୀ ମହାପାତ୍ର, ଶିକ୍ଷାବିତ ଡ଼. ସୁଶାନ୍ତ ଦାସ, ଭୁବନେଶ୍ୱର ସମ୍ପାଦକ ଦୀନବନ୍ଧୁ ଦାସ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ଦାସ ଉପସ୍ଥିତ ଥିଲେ । ବିଦ୍ୟାଳୟର କୁନି କୁନି ପିଲାମାନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ children’s FEST ର ଆୟୋଜନ କରାଯାଇଥିଲା ।

ପିଲାମାନଙ୍କର କଳାତ୍ମକ ବିକାଶ ଓ଼ ବୌଦ୍ଧିକ ବିକାଶ ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ହୋଇଥିଲା l ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ କଳା ଚାତୁର୍ଯ୍ୟ, ଖେଳ କୁଦ, ମନୋରଞ୍ଜନ ଧର୍ମୀ ପ୍ରତିଯୋଗିତା ଓ଼ ବିଭିନ୍ନ ପ୍ରକାରର ଖାଦ୍ୟପାନୀୟ ର ସମ୍ଭାର ଥିଲା l ଅଭିଭାବକମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଆନନ୍ଦକୁ ଦ୍ବିଗୁଣିତ କରିଥିଲେ l ଅଧ୍ୟକ୍ଷା ମହୋଦୟା ଓ଼ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା l ଶିଶୁମାନଙ୍କ ବୌଦ୍ଧିକ, ମାନସିକ ଓ଼ ନୈତିକ ବିକାଶ ପାଇଁ ସ୍କୁଲର ଏହି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ବାସ୍ତବରେ ସ୍ୱାଗତଯୋଗ୍ୟ ।

LEAVE A REPLY

Please enter your comment!
Please enter your name here