ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ

0
357

ଭୁବନେଶ୍ଵର : ରାଜ୍ୟରେ ଆଜି ୧୪୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି ହୋଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରରେ ଥିଲେ। ୧୮ ଜଣ ସ୍ଥାନୀୟ ଅଞ୍ଚଳର।ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।

କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୪୮, ଖୋର୍ଦ୍ଧା ୭, ନୟାଗଡ ୪, ଝାରସୁଗୁଡ଼ା ୧, ରାୟଗଡ଼ା ୫, କଟକ ୧୯, ଜଗତସିଂହପୁର ୪, ବାଲେଶ୍ୱର ୮, ଢେଙ୍କାନାଳ ୧, ଅନୁଗୁଳ ୬, ଗଞ୍ଜାମ ୮, ସୁବର୍ଣ୍ଣପୁର ୨, ଭଦ୍ରକ ୧୯, ସମ୍ୱଲପୁର ୧, ସୁନ୍ଦରଗଡ଼ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here