ଯାଜପୁର ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ;୨୧ ଯାଜପୁର ବନ୍ଦ ଡାକରା ଦେଲା ବିଜେପି

0
682

ଯାଜପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ମହିଳା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ଘଟଣାରେ ପୁଲିସ ହରିଦାସପୁର ପଂଚାୟତ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି। ରୂପେଶଙ୍କୁ ଗୁରୁବାର ଠାରୁ ଅଟକ ରଖି ଧର୍ମଶାଳା ପୁଲିସ ପଚରାଉଚୁରା କରିସାରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା କଥା ଯାଜପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି । ସ୍ମିତାରାଣୀଙ୍କ ହତ୍ୟା ମାମଲା ସାରା ରାଜ୍ୟରେ ଚହଳ ପକାଇଦେବା ପରେ , ଏହି ଘଟଣାକୁ ନେଇ ଶାସକ ବିଜେଡିକୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଏହା ସହ ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯିବା ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଜୋରଦାର ଦାବି କରାଯାଇଛି । ଏହି ଘଟଣାରେ ବିଜେଡିର ନେତା ସମ୍ପୃକ୍ତି ଥିବା ଅଭିଯୋଗ କରି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି କଂଗ୍ରେସ ,ବିଜେପି ର ନେତା ମାନକଂ ମଧ୍ୟରୁ ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର ଶନିବାର ସାମ୍ବାଦିକ ସମ୍ମିଳନୀ କରି ଘଟଣାରେ ବିଜେଡିର ସମ୍ପର୍କ ରହିଛି ଓ ଏହି ଘଟଣାର ସିବିଆଇ ତଦନ୍ତ ସେ ମଧ୍ୟ ଦାବି କରିଛନ୍ତି ।
ଅପରପକ୍ଷରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ବରୀ ବିଜେପି ନେତା ବିଶ୍ଵ ମଲିକ କଂ ସହ ବହୁ ବିଜେପି ନେତା , କଂଗ୍ରେସ ରୁ ସତ୍ୟ ନାୟକ, ସ୍ମୃତି ରେଖା ପହି କଂ ସହ ବହୁ କର୍ମୀ ଉକ୍ତ ଘଟଣାକୁ ନିନ୍ଦା କରିବା ସହ ଏହା ର ଉଚ ସ୍ଥାନୀୟ ତଦନ୍ତ ପାଇଁ ଦାବୀ କରିଛନ୍ତି ।
ସ୍ମିତାରାଣୀ କଂ ମ୍ରୁତ୍ୟୁ ଘଟଣାରେ ପୋଲିସର ବିବୃତ୍ତିକୁ ନେଇ ପ୍ରତିକ୍ରିୟା ରଖି , ଜିଲ୍ଲା ବିଜେପି ପକ୍ଷରୁ ଧର୍ମଶାଳାରେ ସାମ୍ବାଦିକ ସମ୍ମିଳନୀ ରେ ପୋଲିସର ତଦନ୍ତ ପ୍ରକ୍ରିୟା ଶିଥିଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇବା ସହ ସିବିଆଇ ତଦନ୍ତ ପାଇଁ ଦାବୀ କରିଥିବା ଜଣାପଡିଛି ।ଏହି ପ୍ରତିବାଦରେ ଆନ୍ଦୋଳନ ପାଇଁ ଚେତାବନୀ ଦେବା ସହ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଆସନ୍ତା ୨୧ ତାରିଖ ବିଜେପି ପକ୍ଷରୁ ଜିଲ୍ଲା ବନ୍ଦର ଡାକରା ଦିଆଯାଇଛି ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here