ମିଶନଶକ୍ତି ବଦଳାଇଦେଲା ଭାଗ୍ୟ ଅଣ୍ଡାଦିଆ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା ଗୋଷ୍ଠୀ

0
249

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଦିନ ଥିଲା ଚୁଲି ମୁଣ୍ଡ ରେ ଜୀବନ ବିତୁଥିଲା କିନ୍ତୁ ରାଜ୍ୟ ସରକାର ଙ୍କ ମିଶନଶକ୍ତି ସେମାନଙ୍କୁ ଗାଁ ଦାଣ୍ଡ କୁ ବାହାର କରିଛି, ମିଶନଶକ୍ତି ର ସହଯୋଗ ଏବଂ ରାଜ୍ୟ ସରକାର ଙ୍କ ପ୍ରାଣୀ ସମ୍ପଦ ବିଭାଗ ର ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଅଣ୍ଡାଦିଆ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ମହିଳା ଗୋଷ୍ଠୀ ଏବେ କୁକୁଡ଼ା ଏବଂ ଅଣ୍ଡା ବିକ୍ରିକରି ରୋଜଗାର କ୍ଷମ ହେବା ସହ ପରିବାର ପ୍ରତିପୋଷଣ ମଧ୍ୟ କରିପାରୁଛନ୍ତି l
କ୍ଷେତ ମଝିରେ କୁକୁଡ଼ା ଫାର୍ମ, ଏବଂ ଫାର୍ମ ଟିକୁ ଚଳାଉଛନ୍ତି କିଛି ମହିଳା ଆଦିବାସୀ ଅଧ୍ୟୁଷିତ ଗଜପତି ଜ଼ିଲ୍ଲା ଅନ୍ତର୍ଗତ ଉପାନ୍ତ ମୋହନା ବ୍ଲକ ର ପିଣ୍ଡିକି ଗ୍ରାମ ଗ୍ରାମର ମାଁ ସିଦ୍ଧେଶ୍ବରୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଅଣ୍ଡା ଦିଆ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି l ରାଜ୍ୟ ସରକାର ଙ୍କ ମିଶନଶକ୍ତି ଜରିଆରେ ଏବଂ ବ୍ଲକ ପ୍ରାଣୀ ସମ୍ପଦ ବିକାଶ ବିଭାଗ ର ସହାୟତା ରେ ଏହି ସଫଳତା ପାଇପାରିଛନ୍ତି ମହିଳା ମାନେ ଯାହାକୁ ନେଇ ଏବେ ସାରା ଜ଼ିଲ୍ଲା ରେ ଚର୍ଚ୍ଚା , କୁକୁଡ଼ା ଫାର୍ମ ଟି ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଛି ଦୁଇ ଲକ୍ଷ ଟଙ୍କା ସେଥିରୁ ଏକ ଲକ୍ଷଟଙ୍କାର ସରକାରୀ ରିହାତି ମିଳିଥିବା ବେଳେ ବ୍ୟାଙ୍କ ରୁ ଏକ ଲକ୍ଷ ଟଙ୍କା ର ଲୋନ୍ ଆଣିଛନ୍ତି ମହିଳା ଗୋଷ୍ଠୀ l ଏଥି ନିମନ୍ତେ ରାଜ୍ୟ ସରକାର ଙ୍କ ଭୁବନେଶ୍ୱର ସ୍ଥିତ ଓଡିଶା ପୋଲ୍ଟ୍ରି ଫେଡ୍ରସନ୍ ଲିମିଟେଡ଼, ରୋଡ୍ ଆଇଲାଣ୍ଡ ରେଡ୍ (ଆର. ଆଇ. ଆର)ପ୍ରଜାତିର କୁକୁଡ଼ା ଯୋଗାଇଦେଇଛି l ଏବଂ ସ୍ଥାନୀୟ ପ୍ରାଣୀ ସମ୍ପଦ ବିଭାଗ ପ୍ରତିଦିନ କୁକୁଡ଼ା ଗୁଡିକ ର ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକୀୟ ଔଷଧ ଏବଂ ଟୀକା ଯୋଗାଇଦଉଛି, ବର୍ତ୍ତମାନ ଫାର୍ମ ରେ 150 ରୁ ଉର୍ଦ୍ଧ କୁକୁଡ଼ା ରହିଛନ୍ତି ପ୍ରତ୍ୟେକ ଦିନ 60 ରୁ 70 ଅଣ୍ଡା ଦେଉଛନ୍ତି କୁକୁଡ଼ା ମାନେ ଅଣ୍ଡା ଗୁଡିକ ଦେଖିବା ପାଇଁ ଅବିକଳ ଦେଶୀ କୁକୁଡ଼ା ର ଅଣ୍ଡା ଭଳି, ତେଣୁ ଏହାର ବଜ଼ାର ଚାହିଦା ମଧ୍ୟ ଭଲ ରହିଛି, ଗୋଟିଏ ଅଣ୍ଡା 6 ରୁ 7 ଟଙ୍କା ରେ ବିକ୍ରି କରାଯାଉଛି, ଏହାସହ ଗଞ୍ଜା କୁକୁଡ଼ା କୁ ଗୋଟା ପିଛା 500 ରୁ 600 ଟଙ୍କା ରେ ବିକ୍ରି କରାଯାଉଛି, ମୋହନା ସମେତ ଚନ୍ଦ୍ରଗିରି, ମହେନ୍ଦ୍ରଗଡ଼ ଏବଂ ବ୍ରହ୍ମପୁର ବଜ଼ାର କୁ ବିକ୍ରି ପାଇଁ ପଠାଯାଉଛି ଅଣ୍ଡା l ମହିଳା ସଙ୍ଘ ର ସଦସ୍ୟ ମାନେ ପ୍ରତ୍ୟେକ ଦିନ ପାଳିକରି କୁକୁଡ଼ା ଫାର୍ମ କୁ ସଫାସୁତରା କରିବା ସହ କୁକୁଡ଼ା ଗୁଡିକୁ ଦାନ ଏବଂ ପାଣି ଦେଇ ସେମାନଙ୍କ ଲାଳନପାଳନ କରୁଛନ୍ତି l ଦିନେ ଘର ଖର୍ଚ୍ଚ ପାଇଁ ମୁରବିଙ୍କ ହାତକୁ ଚାହିଁ ରହୁଥିବା ମହିଳା ମାନେ ଏବେ ଅଣ୍ଡା ଏବଂ କୁକୁଡ଼ା ବିକ୍ରି କରି ଆର୍ଥିକ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ମୁଖ୍ୟ ଭୂମିକା ତୁଲାଉଛନ୍ତି l ସିଦ୍ଧେସ୍ୱରୀ ସ୍ୱୟଂସହାୟକ ଗୋଷ୍ଠୀ ଏସବୁ ସମ୍ଭବ ହୋଇପାରିଛି ରାଜ୍ୟ ସରକାର ଙ୍କ ମିଶନଶକ୍ତି ପାଇଁ, ତେଣୁ ସରକାର ଏବଂ ପ୍ରାଣୀ ସମ୍ପଦ ବିଭାଗ କୁ ଧନ୍ୟବାଦ ଦେଇଛନ୍ତି ମହିଳା ମାନେ l ଆଗକୁ କିଭଳି ଅଧିକ ରୁ ଅଧିକ ଅଞ୍ଚଳ ରେ ଏହି ଅଣ୍ଡାଦିଆ କୁକୁଡ଼ା ଚାଷ କରି ମହିଳା ମାନଙ୍କୁ ଆର୍ଥିକ ରୋଜଗାର କ୍ଷମ କରାଯାଇପାରିବ ସେଥିନିମନ୍ତେ ପ୍ରୟାସ ଚାଲିଥିବା ସୂଚନା ଦେଇଛନ୍ତି ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ବୀରେନ୍ଦ୍ର ପଣ୍ଡା l ଆଗାମୀ ଦିନରେ ଏହାର ସଫଳ ରୂପାୟନ ହୋଇପାରିଲେ ଜ଼ିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳା ମାନେ ନିଶ୍ଚିତ ଭାବେ ଉପକୃତ ହୋଇପାରିବେ l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here