କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ହୌସଲା ଶିଶୁ ଉତ୍ସବ ପାଳିତ ।

0
687

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଫୁଲବାଣୀ ଠାରେ ଏକ ଜିଲ୍ଲା ସ୍ତରୀୟ ବାର୍ଷିକ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ବାର୍ଷିକ ହଉସଲା କାର୍ଯ୍ୟକ୍ରମ ରେ ଜିଲ୍ଲାରେ ଥିବା ସମସ୍ତ ୧୬ ଟି ପଞ୍ଜିକୃତ ଶିଶୁ ସେବା ସଦନ ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ହୌସଲା କାର୍ଯ୍ୟକ୍ରମ ରେ ପୁଅ ଝିଅ ମାନଙ୍କୁ ବୟସ ଅନୁଯାୟୀ ତିନି ଭାଗରେ ତିନଟି ଗ୍ରୁପ କରି ପ୍ରତିଯୋଗିତା କରାଯାଇଥିଲା ଏଵଂ ନଅ ଟି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।ଏହି ପ୍ରତିଯୋଗିତାରେ ପୁଅ ଝିଅ ମାନଙ୍କ ମଧ୍ୟରେ ଥିବା ସ୍ୱତନ୍ତ୍ରତା କୁ ପ୍ରକାଶ କରିବା ପାଇଁ ଏହି ଭଳି କାର୍ଯ୍ୟକ୍ରମ କରି ଆସୁଥିବା ଦେଖିବାକୁ ମିଳିଛି।କନ୍ଧମାଳ ଜିଲ୍ଲାରେ ଜିଲ୍ଲା ଶିଶୁ ସୁରକ୍ଷା ଅଫିସର ଶ୍ରୀମତି ରଶ୍ମିତା କରନ ଶିଶୁ ମାନଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ସେମାନଙ୍କ ଥଇଥାନ, ସ୍ୱାସ୍ଥ୍ୟ ,ଶିକ୍ଷା ଅଗ୍ରଗତି କରିବା ନିମନ୍ତେ ଆପ୍ରାଣ ଚେଷ୍ଟା କରୁଛନ୍ତି।ଏହି ପ୍ରତିଯୋଗିତାରେ ଯେଉଁ ପୁଅଝିଅ ମାନେ ବିଜୟୀ ହେବେ ସେମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସରକାର ଖର୍ଚ୍ଚରେ ଯାଇ ଭାଗ ନେବେ ବୋଲି ଡ଼ି ସି ପି ଓ ପ୍ରକାଶ କରିଛନ୍ତି।ଏ ହି କାର୍ଯ୍ୟକ୍ରମ କୁ ସହଯୋଗ କରିବା ପାଇଁ ପିଇଟି ଶିକ୍ଷକ ଶିକ୍ଷୟିତ୍ରୀ ଓ ଚାଇଲଡ଼ ଲାଇନ ର ସମସ୍ତେ ଉପସ୍ଥିତି ଥିଲେ।କନ୍ଧମାଳ ଜିଲ୍ଲାରେ ଥିବା ଶିଶୁ ସଦନ ଅନୁଷ୍ଠାନ ମାନଙ୍କରେ ଅତି ସୁନ୍ଦର ଭାବରେ ପିଲାମାନେ ରହି ପାଠପଢୁଥିବା ଦେଖିବାକୁ ମିଳୁଛି।ମୂଳଗୁଦାରି ରେ ଥିବା ସାଧନ ନାମକ ଅନୁଷ୍ଠାନ ରେ ଅତି ଉଚ୍ଚ ଶ୍ରେଣୀର ରହିବା, ଖାଇବା ସହିତ ସମସ୍ତ ପ୍ରକାର ସୁବିଧା ରହିଥିବା ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି।କାର୍ଯ୍ୟକ୍ରମ ରେ ଡିସିପିଓ ୟୁନିଟ ର ସୁନୀଲ ପ୍ରଧାନ ,ସିଡବ୍ଲୁସି, ବନବାସୀ ର ରବୀନ୍ଦ୍ର ପଣ୍ଡା,ହାଇହୋପ ର ଲିଙ୍ଗରାଜ ,ବିକାଶ ପରିଷଦ ର ଶ୍ରୀ ପୃଷ୍ଟି ବାବୁ ,ଗୋପବନ୍ଧୁ ବାଳାଶ୍ରମ, ସୁଭଦ୍ରା ମହତାବ,ସାଧନ ,ଲିଭିଂ ଷ୍ଟୋନେ ଭଳି ବିଭିନ୍ନ ଅନୁଷ୍ଠାନ ର ଉପସ୍ଥିତି ଥିଲେ।ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ମଧ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here