କୋଡ଼ିଙ୍ଗା ପଞ୍ଚାୟତ ପକ୍ଷରୁ ଡ୍ରେନ ସଫେଇ

0
389

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ପଞ୍ଚାୟତ ର ବିଭିନ୍ନ ସାହିରେ ଡ୍ରେନ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଥିବା ଜଣାପଡିଛି । କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା ଙ୍କ ନିର୍ଦ୍ଦେଶ କ୍ରମେ କୋଡ଼ିଙ୍ଗା ଗ୍ରାମର ଜାହାଜଭଟ୍ଟା , ଗୁଡାସାହି ରେ ଡ୍ରେନ ସଫେଇ କାର୍ଯ୍ୟ କରାଯାଇଛି । ଆଗକୁ ବର୍ଷା ଦିନ ଆସୁଥିବାରୁ ଡ୍ରେନ ସଫେଇ କରାଯାଉଥିବା ନେଇ ସରପଞ୍ଚ ସୂଚନା ଦେଇଛନ୍ତି । ସେହିପରି କୋଡ଼ିଙ୍ଗା ଗ୍ରାମର ପ୍ରତ୍ୟକ ସାହିରେ ମଧ୍ୟ ଡ୍ରେନ ଗୁଡିକ ସଫେଇ କରାଯିବ ବୋଲି ଜଣାପଡିଛି । ସେହିପରି କୋଡ଼ିଙ୍ଗା ପଞ୍ଚାୟତ ଅନ୍ୟ ଗ୍ରାମରେ ମଧ୍ୟ ଡ୍ରେନଗୁଡିକ ସଫେଇ ହେବା ନେଇ ଜଣାପଡିଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here