ଡଅଁରକୁଳ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ।

0
3085

ଯାଜପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଯାଜପୁର ବ୍ଲକ ସାହାସପୁର ପଂଚାୟତ ଯାଜପୁର ଗୋଷ୍ଠୀ ଶିକ୍ଷା କେଂଦ୍ର ଅଧିନ ଡଅଁରକୁଳରେ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଭାକର ଆଞ୍ଚଳିକ ସାଧନକେନ୍ଦ୍ର କ୍ଲଷ୍ଟର ପକ୍ଷରୁ ଶ୍ରୀଯୁକ୍ତ ଶ୍ରୀକାନ୍ତ ବିଶ୍ୱାଳ କଂ ଅଧକ୍ଷତାରେ ଶିଶୁ ମହୋଊତ୍ସବ “ସୁରଭି” -2019 ଭିତିକ ଏକ ପ୍ରତିଯୋଗିତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ସୂଚନାମୁତାବକ ସାହସପୁର ପଂଚାୟତ ର ସରପଞ୍ଚ ଅଭିମନ୍ୟୁ ବେହେରା ଓ ପୂର୍ବତନ ସରପଞ୍ଚ ବିଶ୍ୱଜିତ ସାହାଣୀ ସଭା କାର୍ଯ୍ୟ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ସୁରଭି ଭଳି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ପ୍ରତିଭା ସର୍ବସମ୍ମୁଖରେ ପ୍ରତିପାଦନ କରିପାବା ସହ ଆଗାମୀ ଦିନରେ ସେମାନଙ୍କ ଦ୍ବାରା ଏକ ସୁସ୍ଥ ସୁନ୍ଦର ସମାଜ ଗଢାଯାଇପାରିବାର ମତ ଦେଇଥିଲେ ଓ ସୁରଭିର ଆୟୋଜନ କଂ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସେକ ମିନାତୁଲ୍ଲା ସଭା ପରିଚାଳନା କରିବା ସହିତ ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ଅକ୍ଷୟ ସାହୁ, ଅଲେଖ ମଲ୍ଲିକ, ଅରବିନ୍ଦ ମୁଦୁଲି ଓ ଶିକ୍ଷୟତ୍ରୀ ପ୍ରମିଳା ବିଶୋଇ କାର୍ଯକ୍ରମ ସଂଚାଳନ କରିବାରେ ସହଯୋଗ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲା ର ପାଖାପାଖି 13 ଗୋଟି ବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ ଯୋଗ ଦେବା ସହ ପ୍ରତିଯୋଗୀତା ରେ ଭାଗନେଇ ସେମାନଙ୍କ ଲୁକ୍କାୟିତ ପ୍ରତିଭା ର ପରିଚୟ ବିଚାରକଂ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ଉକ୍ତ ପ୍ରତିଯୋଗିତା ରେ ଚିତ୍ରାଙ୍କନ, ବକ୍ତୃତା, ପ୍ରବଂଧ, ଶ୍ରୁତଲିଖନ, ନୃତ୍ୟ, ଲଘୁସଂଗୀତ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ କଂ ଦ୍ୱାରା ପରିବେଷଣ କରାଯାଇଥିଲା । ସର୍ବଶେଷ ରେ ପ୍ରତିଯୋଗିତା ରେ ଭାଗନେଇଥିବା ସମସ୍ତ ଛାତ୍ର, ଛାତ୍ରୀକଂ ମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ରେ ବିଚାରମଣ୍ଡଳୀ କଂ ଦ୍ୱାରା ବିବେଚିତ ପ୍ରତିଯୋଗୀ କୁଂ ପ୍ରଧାନ ଶିକ୍ଷକ ସେକ ମିନାତୁଲ୍ଲା ଓ ସହକାରୀ ଶିକ୍ଷକ ଶ୍ରୀକାନ୍ତ ବିଶ୍ୱାଳ ମାନପତ୍ର ସହ ପୁରସ୍କାର ପ୍ରଦାନ କରିବା ସହ ସେମାନେ କଂ ଭବିଷ୍ୟତ ଉଜ୍ଜଳ ହେବା ନେଇ ଶୁଭାଶ୍ରୀବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here