ଭୋକିଲା ପଶୁଙ୍କୁ ଖାଦ୍ୟ ପରଷୁଛନ୍ତି ଦଧୀଚି ସଂସ୍ଥାର ମୁଖ୍ୟ ଡ଼କ୍ଟର ମନୋଜ କୁମାର ଦାଶ

0
338

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା/ସମ୍ପାଦକ ପ୍ରଣୟ ପଣ୍ଡା) : ବିଶ୍ଵରେ କରୋନା ମହାମାରୀ ରୂପ ନେଇଥିବା ବେଳେ ପ୍ରତିଷୋଧକ ବ୍ୟବସ୍ଥା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଫଳରେ ଦୋକାନ,ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହୁଥିବା ବେଳେ ଖାଦ୍ୟାଭାବରେ ପଡ଼ୁଛନ୍ତି ବୁଲା ପଶୁପକ୍ଷୀ । ସରକାର ଲୋକମାନଙ୍କ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଯୋଜନାରୁ ବାଦ୍ ପଡ଼ିଥିବା ବୁଲା ପଶୁପକ୍ଷୀମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି ।ପ୍ରତିଦିନ ବଜାରରେ ଚଳପ୍ରଚଳ କରୁଥିବା ବ୍ୟକ୍ତି ତଥା ହୋଟେଲ୍ ର ଫିଙ୍ଗା ଖାଦ୍ୟ ଖାଇ ବଞ୍ଚୁଥିବା ବୁଲା ଗୋରୁ ଓ କୁକୁର ଗୁଡ଼ିକ ଖାଈବାକୁ ନ ପାଇ ଜରାଜୀର୍ଣ୍ଣ ହୋଇପଡିଛନ୍ତି । ଏପରି ସ୍ଥଳେ ସେମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅଣ୍ଟା ଭିଡି଼ଛିନ୍ତି ଭୁବନେଶ୍ୱର ସହରର ସୁନ୍ଦରଗ୍ରାମର କଣ୍ଟପଡା ବ୍ଲକ ଅଧିନସ୍ଥ ଫୁଲନଖରା-ନିଆଳି ରୋଡରେ ଥିବା ଦଧୀଚି ଗ୍ରୁପ ଅଫ ଇନଷ୍ଟିଚୁଏସନର ଚେୟାରମେନ ତଥା ମୁଖ୍ୟ ଡ଼କ୍ଟର ମନୋଜ କୁମାର ଦାଶ । ସେ ପ୍ରତିଦିନ ରନ୍ଧା ଖାଦ୍ୟ ଶୈଳଶ୍ରୀ ବିହାର,ସାଇବାବା ମନ୍ଦିର,ଡିଏଲଏଫ ବିଲଡିଙ୍ଗ ଓ ଇନ୍ଫୋସିଟି ରୋଡ଼ର ବୁଲା ଗୋରୁ ଏବଂ କୁକୁର ଗୁଡିକୁ ଦେଉଛନ୍ତି । ନିଜସ୍ଵ ଅର୍ଥ ଖର୍ଚ୍ଚରେ ଏବଂ ହରେକୃଷ୍ଣ ପଟ୍ଟନାୟକଙ୍କ ସହାୟତାରେ ଏହି କାର୍ଯ୍ୟ ତାଲା ବନ୍ଦର ଶେଷଦିନ ଯାଏଁ ଚାଲୁ ରହିବ ବୋଲି ପ୍ରକାଶ କରିଛନ୍ତି ସଂଗଠନର ମୂଖ୍ୟ ଡ଼କ୍ଟର ମନୋଜ କୁମାର ଦାଶ । ଏହି ପଶୁପ୍ରେମୀଙ୍କ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ଯୋଗୁଁ ସ୍ଥାନୀୟ ମହଲରେ ପ୍ରଶଂସାର ସୁଅ ଛୁଟୁଛି …।

LEAVE A REPLY

Please enter your comment!
Please enter your name here