ବିଧାୟକଙ୍କ ହସ୍ତକ୍ଷେପ ପରେ ତାଲା ଖୋଲିବା ସହ କାର୍ଯ୍ୟକ୍ଷମ ହେଲା ଗଜପତିନଗର ପାର୍କ।

0
774

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ)-: ଅମୃତ ଯୋଜନାରେ ସାମିଲ ହୋଇସାରିଥିବା ତଥା ସ୍ମାର୍ଟ ସିଟି ଦୌଡ଼ରେ ଥିବା ରେଶମ ସହର ବ୍ରହ୍ମପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ଚାଲିଚି ପ୍ରାୟସ। ଏହି କ୍ରମରେ ସହରକୁ ସୁନ୍ଦର କରିବାକୁ ବିଡିଏ ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ସହରରେ ବିଭିନ୍ନ ସ୍ଥାନରେ ପାର୍କ ନିର୍ମାଣ କରାଯାଇ ମୁକ୍ତ ବ୍ୟାୟାମ କେନ୍ଦ୍ର ସ୍ଥାପନ କରାଯାଇଛି। ତେବେ ନିଗମର ୩୩ନମ୍ବର ୱାର୍ଡ ଅନ୍ତର୍ଗତ ଗଜପତିନଗରରେ ପ୍ରାୟ 25ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ ହୋଇ ଗତ ଅଗଷ୍ଟ ୩୧ତାରିଖ ସ୍ୱାୟତ ଶାସନ ଦିବସ ଅବସରରେ ଉଦଘାଟନ ହୋଇଥିବା ପାର୍କଟିକାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ତାଲା ପଡି ରହିଥିଲା।
ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରଶାରଣ ଓ ପ୍ରକାଶ ମଧ୍ୟ ହୋଇଥିଲା। ପରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏନେଇ ଅବଗତ ହେବା ସହିତ ତୁରନ୍ତ ପାର୍କକୁ ଖୋଲି ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରଖିବାକୁ ପଦକ୍ଷେପ ନେବାକୁ ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଫଳରେ ଉଦଘାଟନ ପରଠାରୁ ତାଲା ପଡିଥିବା ନୂତନ ପାର୍କରୁ ତାଲା ଖୋଲାଯିବା ସହ ଲୋକଙ୍କ ସେବାରେ ଲାଗିପାରିଛି। ଦୀର୍ଘ ଦିନ ପରେ ପାର୍କରୁ ତାଲା ଖୋଲାଯିବା ପରେ ଏଠାରେ ପିଲାଙ୍କ ଠାରୁ ମହିଳା ଓ ବରିଷ୍ଠ ନାଗରିକ ସମସ୍ତଙ୍କ ଭିଡ଼ ଉଭୟ ଭୋର ଓ ସନ୍ଧ୍ୟା ସମୟରେ ଲାଗିରହୁଛି। ବିଧାୟକଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇପାରିଥିବାରୁ ଅଞ୍ଚଳବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଅପରପକ୍ଷେ ଏହି ମୁକ୍ତ ବ୍ୟାୟାମ କେନ୍ଦ୍ରରେ ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଗଲେ ଭଲ ହୁଅନ୍ତା ବୋଲି ଗଜପତିନଗର ଉନ୍ନୟନ କମିଟି ପକ୍ଷରୁ ଉଭୟ ବିଧାୟକ ଓ ନିଗମ କର୍ତ୍ତୃପକ୍ଷଙ୍କୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here