ଲଲବାହାଦୁର ଶାସ୍ତ୍ରୀ କ୍ଲବ ପକ୍ଷରୁ ମହାଆଡମ୍ବର ରେ ପୂଜାର୍ଚନା କଲେ ମା ଗଜଲକ୍ଷ୍ମୀ ଙ୍କୁ।

0
727

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଫୁଲବାଣୀ ମୁନ୍ସୀପାଲଟି ର ୧୦ ନମ୍ବର ୱାର୍ଡ କୁଂମ୍ଭାରପଡା ଲାଲବାହାଦୂର ଶାସ୍ତ୍ରୀ କ୍ଲବ ମହା ଆଡମ୍ବରରେ ପୂଜାର୍ଚ୍ଚନା କଲେ ମା ଗଜଲଷ୍ମୀ ଙ୍କୁ।ମା ଗଜଲଷ୍ମୀ ଙ୍କୁ ପୂଜା ପରେ ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କ୍ଲବ ପକ୍ଷରୁ ଆୟୋଜନ କରାଯାଇଥିଲା।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ୧୩ ତାରିଖ ରୁ ଆରମ୍ଭ କରି ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାର୍ଥ ବିଶ୍ଵାଳ, ସମ୍ନାନିତ ଅତିଥିଭାବେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା ,ଯୋଗଦେଇଥିଲେ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶହ ଶହ ଲୋକ ଧନୁଯାତ୍ରୀ ର ମୁଖ୍ୟମନ୍ତ୍ରୀ ରାବଣ ଶ୍ରୀ ସଂଗ୍ରାମ ଦେହୁରୀ ଙ୍କୁ ଦେଖିବା ପାଇଁ ଅତି ଉତ୍କଣ୍ଠା ର ସହିତ କାର୍ଯ୍ୟକ୍ରମ ଟି କୁ ଉପଭୋଗ କରୁଥିଲେ।କଳା, ସଂସ୍କୃତି, ଐତିହ ବଞ୍ଚାଇ ରଖିବାକୁ ଉପଦେଶ ଦେବା ସଙ୍ଗେ ସଙ୍ଗେ କନ୍ଧମାଳ ଜିଲ୍ଲାରେ ଏହି ଲାଲବାହାଦୁର ଶାସ୍ତ୍ରୀ କ୍ଲବ ଏକ ଆଦର୍ଶ କ୍ଲବ ଭାବେ କାର୍ଯ୍ୟ କରି କନ୍ଧମାଳ ଏବଂ ଓଡ଼ିଶା ବାସୀ ଙ୍କୁ ଅନୁପ୍ରାଣୀତ କରୁ ବୋଲି ଉଦବୋଧନ ଦେଇଥିଲେ। କ୍ଲବ ର ସଭାପତି ମାନସ କୁମାର ବେହେରା,ସମ୍ପାଦକ ସୁଜିତ କୁମାର ବେହେରା, ଉପଦେଷ୍ଟା ଶ୍ରୀବଛ ବେହେରା କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ତୁଲାଇ ଥିଲେ।

LEAVE A REPLY

Please enter your comment!
Please enter your name here