ବ୍ରହ୍ମପୁର ପୁଲିସ ପକ୍ଷରୁ ୬୦ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳିତ

0
208

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ମଙ୍ଗଳବାର ଦିନ ୬୦ତମ ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି ।ବ୍ରହ୍ମପୁର ଏସପି ଡ଼.ସର୍ବଣା ବିବେକ୍ ଏମ୍ ଙ୍କ ସଂଯୋଜନାରେ ଆମ୍ବପୁଆ ରିଜର୍ଭ ପୋଲିସ ପଡ଼ିଆରେ ଏହି ହୋମଗାର୍ଡ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା ।ଏହି ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇ ଗୃହରକ୍ଷୀ ବାହୀନି ମାନେ ପୋଲିସ ବିଭାଗର ଏକ ଅଙ୍ଗ ବୋଲି କହିବା ସହ କର୍ତ୍ତବ୍ୟ ପରାୟଣ ହୋଇ ଉତ୍ସଗୀକୁତ ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ଥିବା ଗୃହରକ୍ଷୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ୧୦ ଜଣ ହୋମଗାର୍ଡଙ୍କୁ ସମ୍ବର୍ଦ୍ଧନା କରିଥିଲେ ।ସେମାନେ ହେଲେ ରିତେନ୍ଦ୍ର କୁମାର ଶତପଥୀ(ସଦର),ତୁଫାନୀସାହୁ(ବିଏନପୁର),ଟି.ବିକ୍ରମ ମିଶ୍ର(ଟାଉନ),ସନ୍ତୋଷ କୁମାର ପାଢ଼ୀ(ଗୋଷାଣିନୁଆ ଗାଁ),ମିଟୁ ପ୍ରଧାନ(ସଦର),ପବିତ୍ର କୁମାର ଗୌଡ଼(ଗୋଳନ୍ତରା),ମହେନ୍ଦ୍ର ସେଠୀ,ଶ୍ରୀକାନ୍ତ କୁମାର ମିଶ୍ର(ଦିଗପହଣ୍ଡି),ମନ୍ମଥ କୁମାର ଗୌଡ଼(ଜରଡ଼ା),ଶିବରାମ ସେଠୀ( କେ.ନୁଆଁ ଗାଁ) ।ଏହା ଏକ ସ୍ବେଚ୍ଛାସେବୀ ସଂସ୍ଥା ।ଏହି ସଂସ୍ଥା ଦ୍ୱିତୀୟ ବିଶ୍ଵଯୁଦ୍ଧ ସମୟରେ ଯୋଦ୍ଧା ମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ରିଟିଶ ସରକାର ସ୍ବେଚ୍ଛାସେବୀ ସଙ୍ଗଠନ ଭାବେ ଉକ୍ତ ଗୃହରକ୍ଷୀ ବାହୀନୀ ଗଠନ କରିଥିଲେ ।ଏହାର ଅନେକ ସୁଫଳ ତତ୍କାଳୀନ ସରକାରଙ୍କୁ ମିଳିଥିଲା ।ପରବର୍ତ୍ତୀ ପଯ୍ୟାୟରେ ୧୯୪୬ମସିହାରେ ଯେତେବେଳେ ଜାତିଗତ,ଧର୍ମଗତ ଏବଂ ସାମାଜିକ ଦୃଷ୍ଟି କୋଣରୁ ଉପୁଜିଥିବା ଦଙ୍ଗାକୁ ରୋକିବା ପାଇଁ ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଗୃହରକ୍ଷୀ ବାହିନୀ ଗଠନ କରାଯାଇଥିଲା ।ତେଣୁ ପ୍ରତି ରାଜ୍ୟର ସଦର ମହକୁମାରେ ପ୍ରତିବର୍ଷ ଡିସେମ୍ବର ୬ ତାରିଖକୁ ହୋମଗାର୍ଡ ଦିବସ ରୂପରେ ପାଳନ କରାଯାଏ ।ଏହା ସହ ବ୍ରହ୍ମପୁରର ଗୃହରକ୍ଷୀ ବାହିନୀ ମାନେ ଗତ ଗୁଲାବ,ତିତଲୀ,ବୁଲବୁଲ,ବାତ୍ୟା ଓ ବନ୍ୟା ଆରମ୍ଭ କରି ଆଇନ ଶଙ୍ଖଳା,ଟ୍ରାଫିକ୍ ନିୟନ୍ତ୍ରଣ,ଏହି ଭଳି ସମୟରେ ଲୋକଙ୍କ ସେବା କରିଥିବାରୁ ଆଇଜି ଶ୍ରୀ ଭୋଇ ସେମାନଙ୍କୁ ପ୍ରଶଂସା କରିଥିଲେ।ଗୃହରକ୍ଷୀ ମାନେ ବିଭିନ୍ନ ବିପତ୍ତି ସମୟରେ ଲୋକଙ୍କୁ ସାହାର୍ଯ୍ୟ କରିଆସୁଛନ୍ତି ।ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଗୃହରକ୍ଷୀ ବାହିନୀଙ୍କ ପାଇଁ ଓଡିଶାର ମହାମହିମା ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କ ବାର୍ତ୍ତାକୁ ପାଠ କରିଥିଲେ ।ଆଜିର ଏହି ଗୃହରକ୍ଷୀ ଦିବସରେ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀ,ଅସୀମ କୁମାର ପଣ୍ଡା,ଟାଉନ୍ ଏସଡିପିଓ ରାଜୀବ ଲୋଚନ ପଣ୍ଡା,ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର,ରିଜର୍ଭ ପୋଲିସ ଅଫିସ୍ ଅଧିକାରୀ ଦିଲୀପ କୁମାର ବେହେରାଙ୍କ ସମେତ ଡ଼ିଏସପି ସନ୍ତୋଷିନୀ ଓରାମ୍,ବିଏନପୁର ଅଧିକାରୀ ରାମ କୁମାର ମୁର୍ମୁ,ଟାଉନ୍ ଥାନା ଅଧିକାରୀ ସୁରେଶ ତ୍ରିପାଠୀ,ବଡ଼ ବଜାର ଅଧିକାରୀ ପ୍ରଶାନ୍ତ ଭୂପତି,ଗୋଷାଣୀନୁଆଗାଁ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ,ଟ୍ରାଫିକ୍ ଥାନା ଅଧିକାରୀ ରାମ ସୁବ୍ରମନ୍ୟମ୍ ପ୍ରଧାନ,ଗୋପାଳପୁର ଆଇଆଇସି ଶାରଦା ପ୍ରସନ୍ନ ଦାଶ,ହୋମଗାର୍ଡ ହାବିଲଦାର ସନ୍ତୋଷ କୁମାର ନାୟକ,ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି କାଳୀ ଚରଣ ଷଡ଼ଙ୍ଗୀ,ସମ୍ପାଦକ କେ.ଶ୍ରୀନିବାସ ପାତ୍ରଙ୍କ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ହୋର୍ମଗାର୍ଡ ରିତେନ୍ଦ୍ର କୁମାର ଶତପଥୀ ପ୍ୟାରେଡ୍ ପରିଚାଳନା କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here