ଗଞ୍ଜାମରେ ଚାଞ୍ଚଲ୍ୟ: କୋକେଇରୁ ପୁଣି ଜୀବିତ ହୋଇ ଘରକୁ ଫେରିଲେ ମୃତ ବ୍ୟକ୍ତି।

0
681

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ): ଗଂଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଲାଉଖାଲ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଁର ସିମାଚଂଳ ମଳିକ ନାମକ ଜଣେ ବ୍ୟକ୍ତି ଗଲା ଦୁଇଦିନ ହେବ ଛେଳି ଚରାଇବାକୁ ଯାଇ ନିଖୋଜ ଥିବା ବେଳେ ଗାଁ ଓ ପରିବାର ଲୋକେ ବହୁ ଖୋଜାଖୋଜି ପରେ ସିମାଚଂଳଙ୍କୁ ଅଚେତ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରିଥିଲେ । ତେବେ ସିମାଚଂଳ ମରିଯାଇଥିବା ଭାବି ଘରେ କାନ୍ଦ ବୋବାଳି ସହ କୋକେଇରେ ତାଙ୍କୁ ଦାହ କରିବାକୁ ଶ୍ମଶାନକୁ ନେଉଥିଲେ । କିନ୍ତୁ ଅଧା ରାସ୍ତାରେ ହଠାତ କୋକେଇ ଉପରେ ଉଠି ବସିପଡିଥିଲେ ସିମାଚଂଳ। କୋକେଇ ଧରିଥିବା ଲୋକେ ଭୟରେ ଧାଇଁ ପଳାଇଥିବା ବେଳେ ପରେ ପରିବାର ଲୋକେ ସିମାଚଂଳଙ୍କୁ ସୋରଡା ମେଡିକାଲରେ ଚିକିତ୍ସା କରାଯାଇଥିଲା ଏବଂ ସେ ସୁସ୍ଥ ଥିବା ଜଣାପଡିଥିଲା । ଏହି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here