ବେଗୁନିଆପଡା ପୁଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ l ଚାରି ଗିରଫ

0
743

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ବେଗୁନିଆପଡ଼ା କୁମାର ପୁର୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ବେଗୁନିଆପଡା ପୁଲିସ ତୀକ୍ଷ୍ଣ ନଜର ରଖିଛି l ଗତ ସାନ୍ଧ୍ୟରେ ପୁସ୍ତପୁର ପାହାଡ଼ ନିକଟରେ ଜୁଆ ଖେଳ ଚାଲିଥିବା ଖବର ପାଇ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଚଢ଼ାଉ କରି ଚାରି ଜଣ ଯୁଆଡିଙ୍କୁ ଗିରଫ କରି ସେମାନଙ୍କ ଠାରୁ ଚାରିଗୋଟି ବାଇକ ଓ ୨୨ ହଜାର ଟଙ୍କା ଜବତ କରିଥିଲେ l ଗିରଫ ଯୁଆଡି ମାନେ ହେଲେ କୋଦଳା ଥାନା ଅନ୍ତର୍ଗତ ପୁସ୍ତପୁରର ସୁର ମହାନ୍ତି ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମର ସଂଗ୍ରାମ ପ୍ରଧାନ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଏ. ନୁଆଁପଲ୍ଲୀ ଗ୍ରାମର ଜୟରାମ ଗୌଡ଼ ଓ ରବୀନ୍ଦ୍ର ସ୍ୱାଇଁ ଅ!l ଏମାନଙ୍କ ବିରୁଦ୍ଧରେ ୨୭୮/୨୯ ରେ ମାମଲା ରୁଜୁ କରାଯାଇ କୋର୍ଟ ଫରୱାର୍ଡ଼ କରାଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି l ଜବତ ବାଇକ ମଧ୍ୟରୁ ତିନୋଟି ଏଚ ଏଫ ଡିଲେକ୍ସ ଓ ଗୋଟିଏ ପଲସର l

LEAVE A REPLY

Please enter your comment!
Please enter your name here