୩୪୦ ମାର୍କ ରଖି ମାଟ୍ରିକ ପାସ କଲେ ସୋରଡ଼ା ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁ

0
220

ସୋରଡ଼ା:ଅଫଲାଇନ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସୋରଡ଼ା ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁ।ଗଞ୍ଜାମ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ଅଫଲାଇନ ପରୀକ୍ଷା ଦେଇଥିଲେ ବିଧାୟକ ପୁର୍ଣ ସ୍ୱାଇଁ।ସର୍ବମୋଟ 500 ମାର୍କ ରୁ 340 ନମ୍ବର ରଖି B2 ଗ୍ରେଡ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। 44 ମାର୍କ ରଖି ଇଂରାଜୀରେ ଦୁର୍ବଳ ଥିବାବେଳେ ପେଇଣ୍ଟିଙ୍ଗରେ ସର୍ବାଧିକ 85 ମାର୍କ ରଖିଛନ୍ତି। ଇଂରାଜୀ, ଓଡ଼ିଆ,ସୋସିଆଲ ସାଇନ୍ସ,ହୋମ ସାଇନ୍ସ, ପେଇଣ୍ଟିଙ୍ଗ ବିଷୟରେ 500 ମାର୍କର ପରୀକ୍ଷା ଦେଇଥିଲେ।ବହୁ ବ୍ୟସ୍ତତା ଭିତରେ ରହୁଥିବା ପୁର୍ଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ।ମାଟ୍ରିକ ଫଳାଫଳ କୁ ନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ରିପୋର୍ଟ :ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here