ବେଗୁନିଆପଡା ଠାରେ ଚୋରୀ l

0
778

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଗଞ୍ଜାମ ଜିଲ୍ଲା ବେଗୁନିଆପଡା ମୁଖ୍ୟ ରାସ୍ତା ସନିକଟ ବିଲ୍ୱ ମଙ୍ଗଳ ସାହିରେ ଜଣକ ଘରୁ ଚୋରୀ ହୋଇଥିବା ନେଇ ବେଗୁନିଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ବିଲ୍ୱ ମଙ୍ଗଳ ସାହି ବାସିନ୍ଦା ନାରାୟଣ ସାହୁ ଦଶହରା ଉପଲକ୍ଷେ ଚଳିତ ମାସ ୯ ତାରିଖ ଦିନ ପରିବାର ସହ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ l ଏହାର ସୁଯୋଗ ନେଇ କୌଣସି ଦୁର୍ବୁତ୍ତ ତାଙ୍କ ବାରି ପଟ ଜାଲି ଭାଙ୍ଗି କିଛି ସୁନା ଅଳଙ୍କାର ସହ ପାଞ୍ଚ ହଜାର ଟଙ୍କା ନେଇଯାଇଛି l ସେ ୧୧ ତାରିଖ ଦିନ ଘରକୁ ଫେରି ଆଲମିରା ଭଙ୍ଗା ଥିବା ଦେଖିବାକୁ ପାଇଥିଲେ l ଏ ନେଇ ତୁରନ୍ତ ତାଙ୍କ ସ୍ତ୍ରୀ ତୁଳସୀ ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଥିଲେ l ବେଗୁନିଆପଡା ପୁଲିସ ତଦନ୍ତ ଚଳାଇଛି l

LEAVE A REPLY

Please enter your comment!
Please enter your name here