ମା’କାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : କଳମ୍ବ ଟିମ ଚମ୍ପିୟାନ

0
307

ବୁଗୁଡା:ବୁଗୁଡା ବ୍ଳକ ଅନ୍ତର୍ଗତ ଖୋଳଖାଳି ଗ୍ରାମପଞ୍ଚାୟତର ତାଳସାକର ଗ୍ରାମରେ ଗତ ୧୧ ତାରିଖ ଦିନ ଆରମ୍ଭ ହୋଇଥିବା ମାକାଳୀ କ୍ରିକେଟ ଟୁର୍ଣାମେଣ୍ଟ ୧୫/୦୭/୨୧ ତାରିଖ ଦିନ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ କଳମ୍ବ ଟିମ୍ ଓ ଗୋଲାମୁଣ୍ଡଳା ଟିମ୍ ମଧ୍ୟରେ ହୋଇଥବା ବେଳେ କଲମ୍ବ ଟିମ ବିଜୟୀ ହୋଇଛି । ଉଦଯାପିତ କାର୍ଯ୍ୟକ୍ରମରେ ସଭାପତି ଜୟରାମ ସ୍ବାଇଁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖୋଳଖାଳି ସରପଞ୍ଚ ସୂର୍ଯ୍ଯମଣି ଗୌଡ,ମୁଖ୍ୟ ବକ୍ତା ଭାବେ ଦିଲ୍ଲୀପ କୁମାର ରଥ ଓ ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଜାନକୀବଲ୍ଲଭ ରାଉତ, କ୍ରୀଡା ଶିକ୍ଷକ ଗୋପାଳ ଚନ୍ଦ୍ର ପାତ୍ର, ଗୋପାଳ କୃଷ୍ଣ ସ୍ବାଇଁ, ଗୌରୀ ଶଙ୍କର ନାୟକ ପ୍ରମୁଖ ଯୋଗଦେଇ କଳମ୍ବ ଟିମକୁ ଚମ୍ପିୟାନ ଟ୍ରଫି ଓ ଗୋଲାମୁଣ୍ଡୁଳା ଟିମକୁ ରାନର୍ସ ଅପ ସିଲଡ଼ ପ୍ରଦାନ କରିଥିଲେ । ଅମୁଲ୍ୟ ମ୍ଯାନ ଅଫ୍ ଦା ମ୍ଯାଚ ଓ ମ୍ଯାନ ଅଫ୍ ଦା ସିରିଜ୍, ଦୀପକ ବେଷ୍ଟ ସିକ୍ସସର୍, ଓ ବବୁର ବେଷ୍ଟ ବୋଲର ରୂପେ ପୁରସ୍କୃତ ହୋଇଥିଲେ। ସରୋଜ କୁମାର ଗୌଡ ଓ କାହ୍ନୁ ଚରଣ ଜେନା ଅମ୍ପାୟର ଦାୟିତ୍ୱ ଗ୍ରହଣ କରି ମ୍ଯାଚ ସୁଚାରୁରୂପେ ପରିଚାଳନା କରିଥିଲେ । ତାଳସାକର ମା’ କାଳୀ କ୍ରିକେଟ ଟୁର୍ଣାମେଣ୍ଟର ବିଷ୍ଣୁ ସାହୁ, କୁନା ଭୂୟାଁ,ସନ୍ଦିପ ସ୍ବାଇଁ, ଭରତ ସ୍ବାଇଁ, ସିଦ୍ଧାର୍ଥ ସ୍ବାଇଁ, କାହ୍ନୁ ଜେନା, ସରୋଜ ଗୌଡ,ମହେନ୍ଦ୍ର ଜେନା, ଅବିନାଶ ଗୌଡ, ରାଜା ଗୌଡ,ମିଟିକ ସମେତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here