ବ୍ରହ୍ମପୁରରେ ଟିମ କ୍ଲିନ ସିଟିର ସାମାଜିକ କାର୍ଯ୍ୟ ଜାରି; ରାସ୍ତାକଡରୁ ୮ମ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଟିମର ସଦସ୍ୟ, ବିଭିନ୍ନ ମହଲରୁ ପ୍ରଶଂସା।

0
738

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ସମାଜ ସୁଧାର କାର୍ଯ୍ୟରେ ନିଜେ ସାମିଲ ହୋଇ ଅନ୍ୟକୁ ଏଥିପାଇଁ ପ୍ରବର୍ତ୍ତାଇବା ସମସ୍ତ ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ଏଭଳି କାର୍ଯ୍ୟରେ ନିୟୋଜିତ ଅଛନ୍ତି ବ୍ରହ୍ମପୁରର ଟିମ କ୍ଲିନ ସିଟି ସଦସ୍ୟମାନେ। ପ୍ରଥମେ ସହରକୁ ସୁନ୍ଦର ରଖିବା ପାଇଁ ରାସ୍ତାକଦର ଉଭୟ ପର୍ଶ୍ୱର କାନ୍ଥରୁ ପୋଷ୍ଟର ଚିରି ସହରକୁ ସଫା କରିଥିଲେ।

ପରେ ସହରରେ ଏଣେତେଣେ ବୁଲୁଥିବା ତଥା ରାସ୍ତାକଡରେ ଜୀବନ ବିତାଉଥିବା ଅସହାୟ ଵ୍ୟକ୍ତିଙ୍କୁ ନୂତନ ଜୀବନ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି ଟିମର ସଦସ୍ୟମାନେ। ଇତି ମଧ୍ୟରେ ସହରରବିଭିନ୍ନ ସ୍ଥାନରୁ ମୋଟ ୭ଜଣ ଉଭୟ ପୁରୁଷ ଓ ମହିଳାଙ୍କୁ ଉଦ୍ଧାର କରିସାରିଥିବା ବେଳେ ଆଜି ପୁଣି ୮ମ ବ୍ୟକ୍ତି ଭାବେ ଅନ୍ନପୂର୍ଣ୍ଣା ବଜାର ନିକଟରେ ରାସ୍ତାକଡରୁ ଜଣେ ବ୍ୟକ୍ତିଙ୍କୁ ଟିମ ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ କହିବା ପ୍ରକାରେ ତାଙ୍କ ନାମ ରଞ୍ଜିତ ବିଷୋୟୀ ଓ ତାଙ୍କ ଘର ମୁନିଗୁଡ଼ାରେ। ଟିମ ସଦସ୍ୟଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here