ବେଗୁନିଆପଡା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ଧାରଣା l

0
747

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ଆଜି ମହିଳାମାନେ ମୁଖ୍ୟ ରାଜପଥ ଅବରୋଧ କରିଥିଲେ l ଯେଉଁ ମହିଳାମାନେ ଅବରୋଧ କରିଥିଲେ ସେହିମାନେ ପ୍ରାୟତଃ କୋଦଳା ଅଞ୍ଚଳର, ଖବର ନେବାରୁ ଜଣାଯାଏ ବେଗୁନିଆପଡା ଅଞ୍ଚଳରେ ଚୋରା ବିଦେଶୀ ମଦଦୋକାନ ବୃଦ୍ଧି ପାଇବାରେ ଲାଗିଛି l ଏବଂ ଖୁଲମଖୁଲା ଭାବେ ବିକ୍ରି ହେଉଛି l ଏହି ସରକାରୀ ପ୍ରାପ୍ତି ବିଦେଶୀ ମଦ ଦୋକାନ ହେବାରୁ ଚୋରାରେ ବେପାର କରୁଥିବା ମଦ ବ୍ୟବସାୟୀମାନଙ୍କର ହାତ ବନ୍ଦ ହୋଇଯାଇଥିବାରୁ ଭଡାରେ ମହିଳା ମାନଙ୍କୁ ଆଣି ଏହି ପ୍ରକାର ଆନ୍ଦୋଳନ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି l କଥା ଉଠୁଛି କେବଳ ବେଗୁନିଆପଡା ନୁହେଁ ସାରା ଓଡିଶାରେ ଅନେକ ଗୁଡିଏ ବିଦେଶୀ ମଦ ଦୋକାନ ରହିଛି ବିଚ ରାସ୍ତା ଉପରେ l ତଥାପି ତାହାରି ଉପରେ ସରକାରଙ୍କ କୌଣସି ଅଙ୍କୁଶ ଲାଗିପାରୁନାହିଁ l ହେଲେ ଏଠି କିଛି ମହିଳା ରାଜରାସ୍ତା ବନ୍ଦ କରିବାରୁ ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରିତ ହେବବୋଲି ଅବକାରୀ ଡ଼ିଏସପି ଶ୍ରୀ ଶିବରାମ ବେହେରା ସୂଚନା ଦେଇଛନ୍ତି l ଦୀର୍ଘବର୍ଷ ବେଗୁନିଆପଡା ବସଷ୍ଟାଣ୍ଡରେ ବିଦେଶୀ ମଦ ଦୋକାନ ଚାଲୁଥିଲା କିନ୍ତୁ ଟାଉନ ଠାରୁ କିଛି ଦୂରରେ ଥିଲେ ମଧ୍ୟ କାହିଁକି ବାରମ୍ବାର ଅଭିଯୋଗ ହେଉଛି l ସେହି ଜାଗାରେ ବିଦେଶୀ ମଦ ଦୋକାନ ଖୋଳିବା ଠାରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର ଅପ୍ରୁତିକର ପରିସ୍ଥିତି ସୃଷ୍ଟି ହଉନଥିବା ସ୍ଥାନୀୟ ଲୋକେ କହିଛନ୍ତି l ଧାରଣା ଦେଇଥିବା ମହିଳାମାନେ କେଉଁଠିକାର ସେ ମାନଙ୍କୁ କି ପ୍ରକାରର ପ୍ରଲୋଭଲ ଦେଖାଇ ସେଠାକୁ ଅଣାଯାଇଥିଲା ତାହା ତଦନ୍ତ ସାପେକ୍ଷ l କିଛି ରାଜନେତା ଏବଂ ଚୋରା ମଦ ବେପାରୀ ଏହାକୁ ବନ୍ଦ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସ୍ଥାନୀୟ ଲୋକେ ଟୁପୁରୁ ଟାପୁରା ହେଉଛନ୍ତି l

LEAVE A REPLY

Please enter your comment!
Please enter your name here