କୁକୁଡାଖଣ୍ଡି ଛତୁ ଫାର୍ମ ଉପରେ ଉପ ଜିଲ୍ଲାପାଳ ଙ୍କ ଚଢ଼ାଉ ;ନକଲି ଗୁଟଖା ଜବତ

0
386

କୁକୁଡାଖଣ୍ଡି,:-ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କୁକୁଡାଖଣ୍ଡି ବ୍ଲକରେ ସକ୍ରିୟ ହେଇଛନ୍ତି ନକଲି ଘୁଟଖା ବେପାରୀ I ଆଜି କୌଣସି ସୂତ୍ରରୁ ଖବର ପାଇଁ ବ୍ରହ୍ମପୁର ଉପ-ଜିଲ୍ଲାପାଳ କୀର୍ତି ଭାଷନ ଜଗଦଳପୁର ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ ଛତୁ ଫାର୍ମ ଉପରେ ଚଢ଼ାଉ କରି ଏକ ପ୍ରସ୍ତୁତ କାରି ମେସିନ ସହ 2000 ପକେଟରୁ ଅଧିକ ପରିମାଣର ନକଲି ଘୁଟଖା ପକେଟ ଜବତ କରିଥିବା ସୂଚନା ମିଳିଚି I ଚଢ଼ାଉ ସମୟରେ ଉକ୍ତ ଫାର୍ମର ଏକ କୋଠରୀରେ ତାଲା ପଡ଼ିଥିବା ବେଳେ କବାଟ ଭାଙ୍ଗି ସ୍ଥାନୀୟ ରାଜସ୍ବ ନିରୀକ୍ଷକ କର୍ମଚାରୀଙ୍କ ସହ ଉପ-ଜିଲ୍ଲାପାଳ କୋଠରୀ ମଧ୍ୟରେ ପ୍ରବେଶ କରିଥିଲେ I ଏବଂ ପରବର୍ତ୍ତୀ ସମୟରେ ନକଲି ପ୍ରସ୍ତୁତ କାରି ସାମଗ୍ରୀ ସହ ଯନ୍ତ୍ରପାତି ଜବତ କରିଥିବା ବେଳେ ଦୀର୍ଘ ସମୟ ଧରି ପୋଲିସକୁ ଉପ-ଜିଲ୍ଲାପାଳ ଆପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା I ଏହି ନକଲି କାରବାର ସହ ଲୋଚାପଡ଼ା ଓ ଜି. ଜଗନ୍ନାଥପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସୂଚନା ମିଳୁଚି I ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କୁକୁଡାଖଣ୍ଡି ଅଞ୍ଚଳରେ ନକଲି ବେପାରୀ ସକ୍ରିୟ ହୋଇ ଉଠିଚନ୍ତି I ସଦରଥାନା ଓ ନିମଖଣ୍ଡି ଫାଣ୍ଡି ମଧ୍ୟବତ୍ତୀ ଅଞଳରେ ଏହି କାରବାର ଚାଲୁଥିବା ବେଳେ ପୋଲିସ କିପରି ଖବର ପାଇପାରିନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here