ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ମିଳିତ ସ୍ୱରରେ ବାଲିପଦର ରାଜରାସ୍ତା ପ୍ରକମ୍ପିତ

0
352

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ,ମଇ ୩୦ ତାରିଖ ଅପରାହ୍ନ ୫.୩୦ ସମୟରେ ବାଲିପଦର ବସଷ୍ଟାଣ୍ଡ ତିନି ଛକସ୍ଥ ରାଜ୍ୟ ରାଜପଥରେ କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ଓଡ଼ିଆଙ୍କ ଏକତା ପ୍ରଦର୍ଶନ ପାଇଁ ସାମୁହିକ ଭାବେ ” ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତ ଗାନ କରାଯାଇଥିଲା। ବାଲିପଦର ପୋଲିସ, ଘୁମୁସର ର ସ୍ୱର, ବାଲିପଦର ବଣିକ ସଙ୍ଘ ଓ ଅନ୍ୟାନ୍ୟ ସଙ୍ଗଠନର ମିଳିତ ଉଦ୍ୟମରେ ବହୁ ଜନସାଧାରଣଙ୍କ ସମାଗମରେ ” ବନ୍ଦେ ଉତ୍କଳ ଜନନୀ ” ସଙ୍ଗୀତର ମିଳିତ ସ୍ୱରରେ ବାଲିପଦର ରାଜା ରାସ୍ତା ପ୍ରକମ୍ପିତ ହୋଇଥିଲା। ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, ଘୁମୁସର ର ସ୍ୱର ସଙ୍ଗଠନର ସଭାପତି ଅଧ୍ୟକ୍ଷ ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ର, ସମ୍ପାଦକ ରତ୍ନାକର ମହାରଣା, ପଣ୍ଡିତ ସୀମାଞ୍ଚଳ ପଣ୍ଡା, ଜି ରାଜେଶ୍ୱର ପାତ୍ର, ଖଲି ପରିଡା , ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା ପ୍ରମୁଖଙ୍କ ସମେତ ବଣିକ ସଙ୍ଘ କର୍ମକର୍ତ୍ତା ବୃନ୍ଦ ଏଥିରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସାମାଜିକ ଦୂରତା ରକ୍ଷା କରି କରୋନା ସଂକ୍ରମଣ ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here