ମୁଖ୍ୟମନ୍ତ୍ରୀଙ୍କ ୭୩ତମ ଜନ୍ମଉତ୍ସବ ପାଳନ,ସଭ୍ୟ ସଂଗ୍ରହ ଓ ଜନସମ୍ପର୍କ ପଦଯାତ୍ରା ପାଇଁ ଗଂଜାମ ଜିଲ୍ଲା ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

0
770

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଆସନ୍ତା ୧୬ତାରିଖ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ୭୩ତମ ଜନ୍ମ ଉତ୍ସବ ପାଳନ କରିବ ବିଜୁ ଜନତା ଦଳ। ଏହି ଅବସରରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଗାମୀ ପୌର ନିର୍ବାଚନ ପୂର୍ବରୁ ଦଳକୁ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ପାଇଁ ସଭ୍ୟ ସଂଗ୍ରହ, ପଞ୍ଜିକରଣ ଓ ଜନସଂପର୍କ ପଦଯାତ୍ରା ସଂକ୍ରାନ୍ତୀୟ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ ଆଜି ବ୍ରହ୍ମପୁର ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି।
ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ୱର ମାହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲାର ଉଭୟ ଆସିକା ଓ ବ୍ରହ୍ମପୁର ସାଂସଦଙ୍କ ସମେତ ସମସ୍ତ ବିଧାୟକ/ବିଧାୟିକା ଓ ବିଜୁଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ବିଜେଡି ପକ୍ଷରୁ ଆସନ୍ତା ୧୬ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ ଅବସରରେ ଜିଲ୍ଲାର ଏକାଧିକ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here