ଖଣ୍ଡିଆନଈ କଲ୍ୟାଣ ମଣ୍ଡପ ଠାରେ ‘ମୋ ଗାଁ ରେ ତହସିଲ’ ଶିବିର କାର୍ଯ୍ୟକ୍ରମ ।

0
697

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଏହି ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ଦିନ ‘ମୋ ଗାଁରେ ତହସିଲ’ ଶିବିର ଅନୁଷ୍ଠିତ ହୋଇଯାଇଛି l ରାଜ୍ୟର ଗରିବ ତଥା ଭୂମିହୀନ ଲୋକମାନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଘରଡିହ ପ୍ରଦାନ, ବିଭିନ୍ନ ପ୍ରକାରର ମ୍ୟୁଟେସନ, ଇ ପାଉତି, ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ, ଗ୍ରାମକଣ୍ଠ, ଓ ଏଲ୍ ଆର୍ ୮ ଏ ପ୍ରଭୃତିର ସୁବିଧା ଯୋଗାଇବା ହେଉଛି ଏହାର ମୁଖ୍ୟ ଉଦେଶ୍ୟ l ଲୋକମାନେ ରାଜସ୍ବ ବିଭାଗର ସମସ୍ତ ସେବା ଯେପରି ନିଜ ପଂଚାୟତରେ ପାଇପାରିବେ ଏବଂ ରାଜସ୍ବ ବିଭାଗରେ ସମସ୍ତ ମାମଲା ଗୁଡିକର ତ୍ବରିତ ଫଇସଲା କରାଯିବ ସେଥିପାଇଁ 5 T ଉପରେ ଗୁରୁତ୍ୱ ଦିଆଯାଇଛି l ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଜି ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ପଞ୍ଚାୟତର କଲ୍ଯାଣ ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡୁଥିବା ବେଳେ ସଠିକ୍ ସମୟରେ ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ଏବେ ଆଉ ତହସିଲକୁ ଦୌଡ଼ିବାକୁ ପଡିବ ନାହିଁ। ଏଥିଯୋଗୁଁ ଉଚିତ୍ ସମୟ ମଧ୍ୟରେ ସେବା ଯୋଗାଇଦେବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ତହସିଲଦାର ମତବ୍ୟକ୍ତ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଖଣ୍ଡିଆନଇ ସରପଞ୍ଚ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ଅତିରିକ୍ତ ତହସିଲଦାର ସମେତ ଆର ଆଇ, ଅମିନ ଆଦି ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here