ଝରୀଗାଁ ମଣ୍ଡିରେ ଅବ୍ୟବସ୍ଥା , ଅବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ;ପ୍ରଦୀପ କହିଲେ ଚାଷୀଙ୍କୁ ଅବହେଳା କଲେ ଆନ୍ଦୋଳନ କରିବୁ

0
285

ଝରୀଗାଁ(ଭୋଦେବ ଗୌଡ଼) ଆଜି ଓଡିଶା ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ସଭାପତି ପ୍ରଦୀପ ମାଝୀ ଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଝରୀଗାଁ RMC ଗୋଦାମ ଠାର ଥିବା ମଣ୍ଡି ର ଅବ୍ୟବସ୍ଥା କୁ ନେଇ ସରକାର ଙ୍କୁ ନିନ୍ଦା କରିଥିଲେ l ଏଠି ଜଣେ ଦୁଇଜଣଙ୍କୁ ଛାଡିଦେଲେ ବାକି ଚାଷୀ ମାନଙ୍କୁ ଶୋଷଣ କରାଯାଉଥିବା କହିଛନ୍ତି ଏଠି ବସ୍ତା ପିଛା ତିନି ରୁ ଚାରି କେଜି ଧାନ କଟାଯାଉଥିବା ଅଭିଯୋଗ ହୋଇଛି ଯାହା ବାହାର ଅଂଚଳ ଠାରୁ ମାତ୍ରାଧିକ ଏପଟେ ବସ୍ତାରେ ଭରି ମଣ୍ଡିକୁ ଆଣିବା ପାଇଁ ବସ୍ତା ପିଛା 50ରୁ 55ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବୋଝ ଉପରେ ଲଳିତା ବିଡା ଲଦିଦିଆ ଯାଉଛି l ସରକାର ଙ୍କ ଘୋଷଣା ଲୋକଦେଦେଖାଣିଆ ମାତ୍ର ଚାଷୀଙ୍କୁ 24ଘଣ୍ଟାରେ ତାର ଟଙ୍କା ଯୋଗେଇ ଦେବାର ପ୍ରତିଶୃତି କେବଳ କାଗଜ କଲମରେ ଅଟକି ରହିଛି l କେହି କେବେ ଏହାକୁ ଉପଲବ୍ଧ କରିନଥିବା ମଧ୍ୟ କହିଛନ୍ତି l ଅପର ପକ୍ଷେ ଚାଷୀ ମାନଙ୍କ ଧାନ ବାହାରେ ପଡ଼ିଥିବା ବେଳେ ବର୍ଷା ହେଲେ ରଖିବା ପାଇଁ ଗୋଦାମ ରେ ଜାଗା ନାହିଁ ତେବେ ଗୋଦାମ ମଧ୍ୟରେ ଭର୍ତ୍ତି କରାଯାଇଥିବା ମକା କାହାର ଏବଂ ଏହାକୁ କେଉଁ ଆଧାର ରେ ରଖାଯାଇଛି ବୋଲି ପ୍ରଶ୍ନ କରିଥିଲେ l ଚାଷୀ ଫସଲ ଅମଳ ଠାରୁ ମଣ୍ଡିକୁ ଆଣି ପହଞ୍ଚେଇବା ପାଇଁ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି ଏହାର ପରିଣାମ ସ୍ୱରୂପ ସରକାର ଙ୍କ ଅବହେଳା ଚାଷୀ ଙ୍କୁ ବହୁ ଦୁଃଖ ଦେଉଥିବା କହିଛନ୍ତି lଝରିଗାଁ ଭୋଦେଵ ଗୌଡ଼

LEAVE A REPLY

Please enter your comment!
Please enter your name here