ବୁଗୁଡ଼ାରେ ବିଜୁବାବୁଙ୍କ ୧୦୬ ତମ ଜୟନ୍ତୀ ପାଳନ

0
297

ବୁଗୁଡା : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ବସଷ୍ଟାଣ୍ଡ ଓ ବ୍ଳକ ପରିସର ମଧ୍ୟରେ ବିଜୁବାବୁଙ୍କ ୧୦୬ ତମ ଜୟନ୍ତୀ ପାଳନ ହୋଇଯାଇଛି। ବୁଗୁଡା ବ୍ଳକ ସଭାପତି ମଦନଗୋପାଳ ଦୋରା ଙ୍କ ନେତୃତ୍ବରେ ପ୍ରଥମେ ବ୍ଳକ ପରିସର ମଧ୍ୟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସେଠାରୁ ବୁଗୁଡା ବସଷ୍ଟାଣ୍ଡ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଜୁବାବୁଙ୍କ ବୀରତ୍ବର ଜୟଗାନ କରିଥିଲେ। ଏହାସହିତ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି କେ ତ୍ରିଲୋଚନ ଦୋରା, ସୁଧାଂଶୁ ଶେଖର ପାଢୀ, କବିରାଜ ଗୌଡ, କୈଳାସ ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ଦାସ,ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବ୍ଳକ ସମ୍ପାଦକ ହରିହର ବିଷୋୟୀ, ନାରାୟଣ ସାହୁ, ସାହିଲ ପ୍ରଧାନ, ରଞ୍ଜିତ ସାହୁ, ଚନ୍ଦନ ସାହୁ, ନବନିର୍ବାଚିତ ସରପଞ୍ଚ ଓ ସମିତି ମେମ୍ବର ଏବଂ ସରପଞ୍ଚ ଓ ସମିତି ମେମ୍ବର ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here