ରାସ୍ତାକଡରୁ ନିଶହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲା ବ୍ରହ୍ମପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି।

0
936

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ସ୍ୱଚ୍ଛତା ଓ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ବ୍ରହ୍ମପୁର ସହରର ଅନ୍ୟତମ ଅଗ୍ରଣୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ଆଜି ପବିତ୍ର ବିଜୟା ଦଶମୀ ଅବସରରେ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଟିମ ପକ୍ଷରୁ ପୁର୍ବରୁ ୫ଜଣ ନିରୀହ ଓ ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯାଇଥିବା ବେଳେ ଆଜି ୬ଷ୍ଠ ବ୍ୟକ୍ତି ଭାବେ ଜଣେ ନିରାଶ୍ରୟଙ୍କୁ ରାସ୍ତା କଡରୁ ଉଦ୍ଧାର କରାଯାଇଛି।
ସ୍ଥାନୀୟ ମେଡିକାଲ ନିକଟସ୍ଥ ଭେଣ୍ଡିଂଯୋନ ସମ୍ମୁଖରୁ ଉଦ୍ଧାର କରାଯାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁର ଉପକଣ୍ଠସ୍ଥ ଆରୁଆପଲ୍ଲୀ ଗ୍ରାମର କିଶୋର ବେହେରା। ତାଙ୍କର କହିବା ପ୍ରକାରେ ନିଜର ଜମି ବିକି ସେ ଅନ୍ୟୁନ 3ଲକ୍ଷ ଟଙ୍କା କୌଣସି ଚିଟଫଣ୍ଡ ସଂସ୍ଥାରେ ବାନ୍ଧିବା ପରେ ତାଙ୍କୁ ଟଙ୍କାଟିଏ ମଧ୍ୟ ମିଳିନଥିଲା। ପରେ ବାତ୍ୟାରେ ନିଜର ଘର ଭାଙ୍ଗିଯିବା ପରେ ତାହାର ମରାମତି କରିବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ନଥିଲା।
ଫଳରେ ସେ ଘର ଛାଡ଼ି ବାରଦାଣ୍ଡ ଶୁଣ୍ଢି ପିଣ୍ଢା ଭଳି ଏଣେ ତେଣେ ରାତି କାଟୁଛନ୍ତି। ଆଜି ଟିମ କ୍ଲିନ ସିଟି ସଦସ୍ୟଙ୍କ ନଜରରେ କିଶୋର ପଡିବା ପରେ ତୁରନ୍ତ ଟିମ ସଦସ୍ୟଙ୍କ ସହାୟତାରେ ତାଙ୍କର ଚୁଟି ଓ ଦାଢ଼ି ସଫା କରାଯାଇଥିଲା। ପରେ ତାଙ୍କୁ ଭଲ ଭାବରେ ଗାଧୁଆ ପାଧୁଆ କରି ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଏହା ଟିମ କ୍ଲିନ ସିଟିର ୬ଷ୍ଠ ଉଦ୍ଧାର କାର୍ଯ୍ୟ ଥିଲା। ଆଗକୁ ସମାଜରେ ଅବହେଳିତ ଥିବା ଏଭଳି ଲୋକଙ୍କୁ ଉଦ୍ଧାର କରି ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ସଂଗଠନ କାର୍ଯ୍ୟ କରିବ ବୋଲି ସଂଗଠନର ସଦସ୍ୟ ଶକ୍ତିଧର ରାଜଗୁର କହିଛନ୍ତି।

LEAVE A REPLY

Please enter your comment!
Please enter your name here