ମିସେସ ଇଣ୍ଡିଆ-୨୦୧୯ ଫାଇନାଲରେ ବ୍ରହ୍ମପୁରର ଶକ୍ତିସ୍ୱରୂପା

0
841

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୋଲକତାଠାରେ ସାୱରିଆ ହଲ୍ ରେ ମିସନ ଡ୍ରିମସ ତରଫରୁ ଆୟୋଜିତ ମିସେସ ଇଣ୍ଡିଆ-୨୦୧୯ ସୁନ୍ଦରୀ ପ୍ରତିଯୋଗିତାରେ ବ୍ରହ୍ମପୁରର ଶକ୍ତିସ୍ୱରୂପା ଦାଶ ଫାଇନାଲ୍ ରେ ପ୍ରବେଶ କରିଛନ୍ତି |
ଅକ୍ଟୋବର ୧୨ତାରିଖରେ,ଏହି ପ୍ରତିଯୋଗିତାର ଫାଇନାଲ ଶୋ’ ଅନୁଷ୍ଠିତ ହେବ | ସେ ବ୍ରହ୍ମପୁର ତୁଳସୀନଗର ନିବାସୀ ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଜୟବର୍ଦ୍ଧନ ଦାଶ ଓ ତାଳୁକା ଛକ ନିକଟସ୍ଥ ବାଳିକା ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ମିନତୀ ତ୍ରିପାଠୀଙ୍କ କନ୍ୟା ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ନାମ ମାନସ କୁମାର କର | ବର୍ତ୍ତମାନ ସେ ଫାଇନାଲ୍ ରେ ପ୍ରବେଶ କରିଥିବା ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭକାମନା ଜ୍ଞାପାନ କରାଯାଇଥିବାବେଳେ ସେ ନିଶ୍ଚିତ ଭାବେ ଫାଇନାଲ୍ ରେ ବିଜୟ ଲାଭ କରିବେ ବୋଲି ଆଶା କରାଯାଉଛି | ଶକ୍ତିସ୍ୱରୂପା ଚଣ୍ଡିପଦର ସ୍ଥିତ ଏସଏମଆଇଟି ଡିଗ୍ରୀ ଇଞ୍ଜିନିଅରିଂ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଛନ୍ତି | ଆସନ୍ତା ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ କୋଲକାତାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ପରେ ୧୨ ତାରିଖରେ ଫାଇନାଲ ଶୋ ଅନୁଷ୍ଠିତ ହେବ | ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟରୁ ୨୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଶକ୍ତିସ୍ୱରୂପା ସେମାନଙ୍କ ମଧ୍ୟରୁ ମନୋନୀତ ହୋଇ ଫାଇନାଲରେ ପ୍ରବେଶ କରିଥିବା କଥା ତାଙ୍କ ମାତା ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here