ରାଜାଧିରାଜ ଦେବରାଜ ପାଠାଗାର ଓ ସାହିତ୍ୟାନୁଷ୍ଠାନର ବାର୍ଷିକୋତ୍ସବ

0
683

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ତ୍ରିପାଠୀ ନଗରସ୍ଥିତ ରାଜାଧିରାଜ ଦେବରାଜ ପାଠାଗାର ଓ ସ୍ବର୍ଗତ କବିତିଳକ ଦେବରାଜ ତ୍ରିପାଠୀଙ୍କ ୮୯ ତମ ଜୟନ୍ତୀ ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହ ପରିସରରେ ସୋମବାର ଦିନ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିଶୁ ସାହିତ୍ୟିକ ନିରଂଜନ ତ୍ରିପାଠୀ ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଭାବେ ପ୍ରଫେସର ରମେଶ ଚନ୍ଦ୍ର ଜେନା ,ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସୁଶାନ୍ତ ଦାଶ, ସମ୍ମାନିତ ଅତିଥି ଭାବେ ଦିଲ୍ଲୀର ସାମ୍ବାଦିକା ରୀତାରାଣୀ ନାୟକ ଓ ସମାଜସେବୀ ସୁବାସ ମହାରଣା ପ୍ରମୁଖ ଯୋଗଦେଇ କବିତିଳକ ଦେବରାଜ ତ୍ରିପାଠୀଙ୍କ ସାହିତ୍ୟ କୃତି ଓ କର୍ମମୟ ଜୀବନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରଫେସର କୃଷ୍ଣଚନ୍ର ଜେନା ଓ କବି ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କୁ ଦେବରାଜ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ଗାନ୍ଧର୍ବ କଳା ନିକେତନର ଛାତ୍ରଛାତ୍ରୀ ବୃନ୍ଦ । ପ୍ରଥମ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ ପଚାଶରୁ ଉର୍ଦ୍ଧ କବି ସ୍ବରଚିତ କବିତା ପାଠ କରିଥିବା ବେଳେ ଜ୍ୟୋତ୍ସ୍ନା ରାଣୀ ସ୍ବାଇଁ ଓ ସୁଶ୍ରୀ ନିହାରିକା ସାହୁ ଓ ସୁନନ୍ଦା ପାଢୀ କବିତା ସଂଯୋଜନା କରିଥିଲେ ।ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ତ୍ରିପାଠୀ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ଲେଖିକାର ସଂସଦର ଗଂଜାମ ଜିଲ୍ଲାର ଆବାହିକ ସ୍ବର୍ଣ୍ଣପ୍ରଭା ପାଢୀ ଯୋଗଦେଇଥିଲେ । କବୟିତ୍ରୀ ପଦ୍ମିନୀ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଂପାଦିକା ସୁଧାଞ୍ଜଳି ମିଶ୍ର, ବନନ୍ଦା ମହାପାତ୍ରଙ୍କ ସମେତ ତ୍ରିପାଠୀ ପରିବାରର ସଦସ୍ୟ ବୃନ୍ଦ ସକ୍ରିୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here