ଜାଗ୍ରତ କନ୍ଧମାଳ ଓଡ଼ିଶା ପକ୍ଷରୁ ଏକ ଆଲୋଚନା ଚକ୍ର

0
676

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଜାଗ୍ରତ କନ୍ଧମାଳ ପକ୍ଷରୁ ଫୁଲବାଣୀର ସାଂସ୍କୃତିକ ଭବନ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟ ନାରାୟଣ ବେହେରା ପୁଙ୍ଖାନୁପୁଙ୍ଖ ଭାବରେ ସମସ୍ତଙ୍କ ସାମ୍ବିଧାନିକ ଅଧିକାର ଉପରେ ଆଲୋକପାତ କରିଥିଲେ । କନ୍ଧମାଳ ଜିଲ୍ଲା ବାସୀଙ୍କ ସମସ୍ୟା ସରକାରଙ୍କ ଠାରେ ଉପସ୍ଥାପିତ ଠିକ ଭାବେ ହୋଇପାରୁନାହିଁ,ଏଣୁ ଜିଲ୍ଲାବାସୀଙ୍କ ନ୍ୟାଯ୍ୟଦାବୀ ଗୁଡ଼ିକୁ ସରକାରଙ୍କ ଠାରେ ଦାବି କରିବା ପାଇଁ ଜାଗ୍ରତ କନ୍ଧମାଳ ଆଜି ଅଣ୍ଟା ଭିଡ଼ିଛି । ଏହି ଆଲୋଚନା ଚକ୍ରରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରୁ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ଲୋକମାନେ ଯୋଗ ଦେଇଥିଲେ । ଏହି ସଂଗଠନ ପୂର୍ବରୁ ଏସ ଟି ,ଏସ ସି,ଓବିସି ଓ ସଂଖ୍ୟା ଲଘୁ ସଂଗଠନ ଭାବରେ ବିଭିନ୍ନ ଦାବି କରିବା ସହ ବାରମ୍ବାର ଗଣଧାରଣା ମଧ୍ୟ କରିଆସୁଥିଲା । ଏବଂ ପରବର୍ତ୍ତୀ ସମୟରେ ଏହି ସଂଗଠନକୁ ଜାଗ୍ରତ କନ୍ଧମାଳ ଓଡ଼ିଶା ଭାବରେ ନାମକରଣ କରାଯାଇ ବହୁ ବଡ ବଡ ସଭା ମଧ୍ୟ କରିଥିବା କଥା ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ବେହେରା ପ୍ରକାଶ କରିଥିଲେ। ସଂଗଠନର ଦାବି ଗୁଡିକ ହେଲା କନ୍ଧମାଳ ରେ ସରକାରୀ ମେଡିକାଲ କଲେଜ ସ୍ଥାପନ କରିବା,କନ୍ଧମାଳକୁ ରେଳ ସଂଯୋଗ, କନ୍ଧମାଳ ଜିଲ୍ଲାକୁ ନିଶାମୁକ୍ତ ଜିଲ୍ଲା ଘୋଷଣା, ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ,ତୃତୀୟ ଓ ଚତୁର୍ଥ ଶ୍ରେଣୀ ପଦବୀ ବ୍ଲକ ଭିତ୍ତିକ କରାଯାଉ, ସଂଖ୍ୟାଲଘୁଙ୍କ ନିମନ୍ତେ ପ୍ରତ୍ୟେକ ବ୍ଲକରେ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା, ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଚୌକି ଟେବୁଲର ବ୍ୟବସ୍ଥା, ଗୋଛପଡାକୁ ବ୍ଲକ ଘୋଷଣା କରିବା ଭଳି ପ୍ରାୟ ତେର ଗୋଟି ଦାବି ସମୂହକୁ ନେଇ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ବୋଲି ପ୍ରକାଶ କରିଥିଲେ । ଏହି ସଭାରେ କନ୍ଧ ଗଉଡ଼ ସମାଜର ସଭାପତି, ଘାଷିକୂଳ ସମାଜର ସଭାପତି, ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ମାନେ ଯୋଗ ଦେଇଥିଲେ । ସଂଗଠନର ଉପଦେଷ୍ଟା ଶ୍ରୀ ବ୍ରଜ ବିହାରୀ ନନ୍ଦ,ଓବିସି ର ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ମୁସଲିମ ସମ୍ପ୍ରଦାୟ ମଧ୍ୟରୁ ଜକୀର୍ଲା ଖାଁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here