ମାଣ୍ଡେଲା ଶାନ୍ତିଦୂତ ପୁରସ୍କାରରେ ସମ୍ମାନିତ ହେଲେ ଡକ୍ଟର ତିରୁପତି ପାଣିଗ୍ରାହୀ

0
690

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ନୂଆଦିଲ୍ଲୀ ଠାରେ ଏକ କାର୍ଯ୍ୟକ୍ରମରେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କୁ ମାଣ୍ଡେଲା ଶାନ୍ତିଦୂତ ପୁରସ୍କାରରେ ସମ୍ମାନିତ କରାଯାଇଛି । ଅନ୍ତରାଷ୍ଟ୍ରୀୟ ଯୁବ କମିଟି ସଭାପତି ଜୟନ୍ତ ପାତ୍ର, ଡକ୍ଟର ପାଣିଗ୍ରାହୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ବହୁ ପଛରେ ପଡିଥିବା ଗଜପତି ଜିଲ୍ଲାକୁ ଶିକ୍ଷା, କୃଷି ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ଚେଷ୍ଟା ଜାରି ରଖିଛନ୍ତି ଓ ଏହି ସମ୍ମାନ ପାଇ ସେ ବହୁତ ଗର୍ବିତ ବୋଲି କହିଛନ୍ତି । ଏ ପୁରସ୍କାର ପାଇବା ପରେ ଗଜପତି ଜିଲ୍ଲାବାସି ତଥା ଗଜପତି ରାଓ, କ୍ରିଷ୍ଣା ରାଇ, ବି ବାଲରାଜୁ, କୃଷ୍ଣ କୁମାର ବେହେରା, ବେନିକ ଗୋମଙ୍ଗ, ଏସ ବାଲରାଜୁ, ଗବରା ତିରୁପତି ରାଓ ଓ ସ୍ୱାଭିମାନ ମଞ୍ଚର ସମସ୍ତ ସଦସ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଶେଷ ଭାଗରେ ଡିଆର ପାଣିଗ୍ରାହୀଙ୍କ ଜୀବନ କାହାଣୀକୁ ନେଇ ଏକ ଖୁଦ୍ର ଚଳଚିତ୍ର ପଦର୍ଶନ କରାଯାଇଥିଲା । ଅତିଥି ମାନେ ଏହି ଛବିକୁ ଦେଖି ଗୋଟିଏ ଛୋଟିଆ ସହରରୁ ଯାଇ କିଭଳି ସାରା ଭାରତରେ ନା କରି ପାରିଛନ୍ତି ତାକୁ ନେଇ ସମସ୍ତେ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here