*ଫୁଲବାଣୀ ମେଡ଼ିକାଲ କଲେଜ ଦାବି ନେଇ ନାଗରିକ ମଞ୍ଚ ରେ ସାମିଲ ହେଲେ ଦୁଇ ବିଧାୟକ*

0
721

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ସରକାରୀ ମେଡିକାଲ କଲେଜ ସ୍ଥାପନ କୁ ନେଇ ମିଳିତ ନାଗରିକ ମଞ୍ଚ ଦାବି କରିଆସୁଥିବା ବେଳ ଆଜି ପୁଣି ଫୁଲବାଣୀ ପ୍ରେସ କ୍ଲବ ଠାରେ ନାଗରିକ ମଞ୍ଚ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଦୁଇ ବିଧାୟକ ମଧ୍ୟ ଯୋଗଦେଇଥିଲେ ସେମାନେ ହେଲେ ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର ,ବାଲିଗୁଡା ର ଚକ୍ରମଣୀ କହଁର ଏବଂ ସେମାନଙ୍କୁ ନାଗରିକ ମଞ୍ଚ ର ଉପଦେଷ୍ଟା ଭାବରେ ସଙ୍ଘ ର ସଭାପତି ଶ୍ରୀ ଡ଼ଃ ଅରୁପ ଜେନା ଘୋଷଣା କରିଥିଲେ।ଏହି ଦୁଇ ବିଧାୟକ ସରକାରୀ ମେଡିକାଲ କଲେଜ ପାଇଁ ବିଧାନସଭା ରେ ଦାବି କରିବେ ବୋଲି ମତପ୍ରକାଶ କରିଥିଲେ ଏବଂ କୌଣସି ବ୍ୟକ୍ତି ବିଶେଷ ହେଉ ବା ବେସରକାରୀ ସଂସ୍ଥା ମେଡିକାଲ କଲେ ତାକୁ ବିରୋଧ ମଧ୍ୟ କରାଯିବ ବୋଲି ଶୁଣିବାକୁ ମିଳୁଛି।ଅତିଶୀଘ୍ର ମିଳିତ ନାଗରିକ ମଞ୍ଚ ବାରମ୍ବାର ଦାବି କରାଯିବ ବୋଲି ସଙ୍ଗ ର ଆବହକ ଶ୍ରୀ ଅଶୋକ ପରିଡା ପ୍ରକାଶ କରିଥିଲେ ଏବଂ ସରକାର ଶିଘ୍ର ସରକାର କଲେଜ ପ୍ରତିଷ୍ଠା କରିଯିବ ବୋଲି ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here