ମେକ୍ସିକୋରେ ବିଶ୍ୱ ମେଦବହୁଳତା ସମ୍ମିଳନୀ;ଡକ୍ଟର ସୁନୀଲ କୋଟାଙ୍କ ଉପସ୍ଥାପନା

0
703

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବର୍ତ୍ତମାନ ଭାରତ ବର୍ଷ ତଥା ସମଗ୍ର ବିଶ୍ୱରେ ମେଦବହୁଳତା ବ୍ୟାପକ ଭାବରେ ବଢି ଚାଲିଛି । ଏଥିପାଇଁ ଲୋକେ ଜୀବନଶୈଳି ଅବ୍ୟବସ୍ଥା ଜନିତ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ,ଚର୍ବି ତଥା ହୃଦୟ ସମସ୍ୟାରେ ଅଳ୍ପ ବୟସରେ ଆକ୍ରାନ୍ତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଲଣ୍ଡନ ସ୍ଥିତ ବିଶ୍ୱ ମେଦବହୁଳତା ମହାସଂଘ ଏବଂ ମେକ୍ସିକୋ ମେଦବହୁଳତା ସମାଜର ଯୁଗ୍ମ ଆନୁକୂଲ୍ୟରେ ସ୍କୋପ ସମ୍ମିଳନୀ ମେକ୍ସିକୋ ସ୍ଥିତ ମଣ୍ଟେରେ ୨୬ ସେପ୍ଟେମ୍ବର ୨୦୧୯ରେ ଆୟୋଜିତ ହୋଇଯାଇଛି ।
http://newsxtra.in/wp-content/uploads/2019/09/3-208x300.jpg
ବ୍ରହ୍ମପୁର ସ୍ଥିତ ଡାଇବେଟିସ ଏବଂ ଏଣ୍ଡୋକେୟାର କ୍ଲିନିକର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡ଼.ସୁନୀଲ କୁମାର କୋଟା ସମ୍ମାନସ୍ପଦ ସ୍କୋପ ସ୍କୋଲାରସିପରେ ପୁରଷ୍କୃତ ହେବା ସହ ମେଦବହୁଳତା ଏବଂ ତତ ଜନିତ ଆନୁସଙ୍ଗିକ ପାର୍ଶ୍ଵ ପ୍ରତିକ୍ରିୟା ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ଚର୍ବି, ହୃଦୟ, ବୃକକ ଏବଂ ଥାଇରଏଡ଼ ଆଦି ସମସ୍ୟା ସବନ୍ଧୀୟ ନିଜ ଗବେଷଣାକୁ ବିଶ୍ୱ ଦରବାରରେ ଉପସ୍ଥାପନା କରିବା ପାଇଁ ଆମନ୍ତ୍ରିତ ହୋଇଥିଲେ । ଡ଼ା. ସୁନୀଲ କୋଟାଙ୍କ ମେଦବହୁଳତା ସମ୍ବନ୍ଧୀୟ ୧୦ଟି ବୈଜ୍ଞାନିକ ପ୍ରକାଶନ ଓ ୨ଟି ଅଧ୍ୟାୟ ଲେଖନ ରହିଛି ।

ସାରା ବିଶ୍ୱର ସମୁଦାୟ ୨୦୦ଜଣ ବ୍ୟକ୍ତି ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିବା ବେଳେ ପ୍ରାୟ ୫୦ଜଣ ଡାକ୍ତର ସ୍କୋପ ସ୍କୋଲାରସିପରେ ପୁରଷ୍କୃତ ହୋଇଥିଲେ । ଡା.କୋଟା ଏକମାତ୍ର ଭାରତୀୟ ଡକ୍ଟର ରୂପେ ଏହି ସ୍କୋଲାରସିପ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷର ବହୁ ଡାକ୍ତର, ବିଭିନ୍ନ ସଂସ୍ଥା ତଥା ସମାଜର ବିଭିନ୍ନ ବର୍ଗର ଲୋକେ ଡା. କୋଟାଙ୍କୁ ଏହି ସ୍କୋଲାରସିପ ପାଈଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here