ପୂର୍ବତନ ସରପଞ୍ଚଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ୨ ଗିରଫ

0
717

ହିଞ୍ଜିଳିକାଟୁ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତ ୧୧ ତାରିଖ ଭୋର ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ତହଁର ଗ୍ରାମର ପୂର୍ବତନ ସରପଞ୍ଚ ପଦ୍ମ ଚରଣ ପାଢ଼ୀ ଘରର ବାରିପଟ ପାଇଖାନା ଯିବା ବେଳେ ସେଠାରେ ଲୁଚି ରହିଥିବା ଦୁବୃର୍ତ୍ତ ମାନେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଦୁବୃର୍ତ୍ତଙ୍କ ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ସାନଭାଇ ଘଟଣା ସ୍ଥଳକୁ ଆସିବା ବେଳେ ଦୁବୃର୍ତ୍ତ ମାନେ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ସାନଭାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବଡ଼ଭାଇଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ ।
ଏହି ଘଟଣା ବିଷୟରେ ପୂର୍ବତନ ସରପଞ୍ଚଙ୍କ ପୁତୁରା ଅରୁଣ କୁମାର ପାଢ଼ୀ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂଚନା ଅନୁଯାୟୀ, ଘଟଣାରେ ସଂପୃକ୍ତ ୨ ଦୁବୃର୍ତ୍ତ ପେଶାଦାର ଅପରାଧୀ ଓ ସେମାନେ ଓଡ଼ଗାଁ ଥାନା ରଙ୍ଗଣିପାଟଣା ଗ୍ରାମର ଜିତେନ୍ଦ୍ର ପ୍ରଧାନ (୨୦), ଆସିକା ଥାନା ସୁନାରୀ ସାହିର ସମୀର ସାହୁ (୨୦) ବୋଲି ଜଣାପଡିଛି । ଥାନା ଅଧିକାରୀଙ୍କ ନେତୃତ୍ଵରେ ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀର ସାଲିଆ ସାହିରୁ ଉକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗକୁ ଭିତିକରି ୨୩୬/୧୯ ରେ ମାମଲା ରୁଜୁ କରି ୨ଜଣ ଦୁବୃର୍ତ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଅନ୍ୟ କିଛି ବ୍ୟକ୍ତି ବର୍ତ୍ତମାନ ପୋଲିସ ସ୍କେନର ରହିଥିବା ବେଳେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ସେମାନଙ୍କ ନାମକୁ ଗୋପନ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here