କେତେ ଦିନ…!!

0
791

କେତେଦିନ ଲୁଚି ଲୁଚି
ଅନ୍ଧାର ଭିତରେ
ନିଜକୁ ଖୋଜି ଚାଲିଥିବ ?
କାହାର ନୁପୁର ଶବ୍ଦରେ
ବାରମ୍ବାର ଛାତିରେ
ଛେପ ପକାଉଥିବ ?
କାହା ପାଇଁ ତୁମର ଏ
ଉଦାସ ଭାବ ?
କାହା ପାଇଁ ସାଜିଛ ଶାନ୍ତନୁ
କିଏ ? କିଏ ସେହି ସତ୍ୟବତୀ ?
କଣ ବା ସର୍ତ୍ତ ଅଛି
ତୁମ ଭିତରେ ?
ଅବା କାହା ପାଇଁ
ସାଜିଛ କି ଯଯାତି ?
କିଏ ? କିଏ ସେହି ଶର୍ମିଷ୍ଠା ?
କାହା ପାଇଁ ତୁମର ଏ
ଗୋପନ ଜୀବନ ?
କେତେ ଦିନ ଲୁଚି ଲୁଚି
ନିଜକୁ ତିଳ ତିଳ ଜାଲୁଥିବ ?
ସବୁ ପୁଅ ମାନେ କଣ
ହୋଇ ପାରିବେ ଦେବବ୍ରତ ?
କେତେ ଦିନ
ଦେବଯାନୀ ମାନଙ୍କ ଚକ୍ଷୁରେ
ବନ୍ଧାଥିବ ଅନ୍ଧ ପୁଟୁଳି ?
କେତେ ଦିନ ଲୁଚି ଲୁଚି
ଅନ୍ଧାର ଭିତରେ ନିଜକୁ
ଖୋଜି ଚାଲିଥିବ ?
କେତେଦିନ…..
କେତେଦିନ ………
**********
ବନ୍ଦନା ନାୟକ
ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here