କୋଡ଼ିଙ୍ଗା ଅବକାରୀ ଓ ପୁଲିସର ମିଳିତ ଚଡାଉ , ଜଣେ ଗିରଫ ।

0
377

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଅବକାରୀ ବିଭାଗ ଓ କୋଡ଼ିଙ୍ଗା ଥାନା ପୁଲିସ ମିଳିତ ଭାବେ କୋଡ଼ିଙ୍ଗା ଥାନା ଅଞ୍ଚଳରେ ଚଡାଉ କରି ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରିବା ସହ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମ ଉପରେ ଚଡାଉ କରାଯାଇ ପ୍ରାୟ ୫୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ଏକ ହଜାର ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି । ଏଥିରେ ସମ୍ପୂର୍କ୍ତ ଦୁରାଗାଁ ଗ୍ରାମର ଡାଲିମ୍ବ ବିଶୋଇ ଠାରୁ ପ୍ରାୟ ୮ ଲିଟର ମଦ ଜବତ କରି ଗିରଫ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , କୋଡ଼ିଙ୍ଗା ଅବକାରୀ ସହଉପନିରୀକ୍ଷକ ଜଗବନ୍ଧୁ ଯାନୀ , ଅମୀୟ ଖଞ୍ଜା , ରାଜେନ୍ଦ୍ର ପଟନାୟକ , କୋଡ଼ିଙ୍ଗା ଥାନା ଏଏସଆଇ ଗୌର ଚନ୍ଦ୍ର ମିଶ୍ର , ହରେକୃଷ୍ଣ ହନ୍ତାଳ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ସାନୁ ସେଠିଆ , ରିନା ବଡ଼ନାୟକ , ଦେବେନ୍ଦ୍ର ସମରଥ ଓ କୋଡ଼ିଙ୍ଗା ଥାନା ପୁଲିସ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here