ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟରେ ବର୍ଷା ସମ୍ଭାବନା

0
652

ଭୁବନେଶ୍ବର : ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ଉତ୍ତର-ପୂର୍ବ ବଙ୍ଗୋପସାଗରେରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।ଆସନ୍ତା ୨୯ ଓ ୩୦ ତାରିଖରେ ସମୁଦ୍ର ଅଶାନ୍ତ ରହିବା ସହିତ ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ଯାହାକୁ ନଜରରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ତେବେ ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେଉଛି ।

LEAVE A REPLY

Please enter your comment!
Please enter your name here