ଗୋଳାବନ୍ଧ ଏୟାର ଡିଫେନ୍ସ ସେଣ୍ଟରକୁ ମିଳିଲା ରାଷ୍ଟ୍ରପତି କଲର୍ସ ଆଓ୍ଵାର୍ଡ

0
852

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ ‘କଲର୍ସ ଆଓ୍ଵାର୍ଡ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।: ଆର୍ମି ଏଡି କେନ୍ଦ୍ରର ଲେଫ୍ଚଲାଣ୍ଟ ବିବେକ ବିଜୟ ମୋରେ ରାଷ୍ଟ୍ରପତିଙ୍କ ଠାରୁ କଲର୍ସ ସମ୍ମାନ ଗ୍ରହଣ କରିଥିଲେ । ୨୫ ବର୍ଷରୁ ଅଧିକ ସମୟ ଧରି ଉଲ୍ଲେଖନୀୟ ସେବା ପାଇଁ ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ ରାଷ୍ଟ୍ରପତି ସମ୍ମାନଜନକ ‘କଲର୍ସ ଆଓ୍ୱାର୍ଡ’ ପ୍ରଦାନ କରିଛନ୍ତି। ଏହି ସମ୍ମାନ ସଶସ୍ତ୍ର ସେନା ପାଇଁ ସର୍ବୋଚ୍ଚ ସାମରିକ ସମ୍ମାନ।ଏହି କାର୍ଯ୍ୟକ୍ରମରେ ରାମନାଥ କୋବିନ୍ଦ ଉଦ୍ବୋଧନ ଦେଇ କହିଛନ୍ତି, ‘‘ମୁଁ ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ ପ୍ରଥମଥର ପାଇଁ ଗସ୍ତ କରିଛି। ଏଠାକୁ ଆସି ମତେ ବହୁତ ଖୁସି ଲାଗୁଛି।’’ଭାରତୀୟ ସେନାର କାର୍ଯ୍ୟଧରାକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଓଡ଼ଶିାର ମହାମହମି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥଳସେନା ମୁଖ୍ୟ ତଥା ଚିଫ ଆର୍ମି ଷ୍ଟାଫ ଜେନେରାଲ ବିପିନ ରାୱତ, ସେନା ବାୟୁ ପ୍ରତିରକ୍ଷା ବାହନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନାରାଲ ଅଶ୍ୱିନୀ କୁମାରଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here