ପୂଜ୍ୟ ପୂଜା ସମିତି ପକ୍ଷରୁ ବିଶ୍ୱରତ୍ନ ବାବାସାହେବ ଆମ୍ବେଦକର ଜୟନ୍ତି ପାଳନ;ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆହ୍ୱାନ

0
121

ବ୍ରହ୍ମପୁର: ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବିଶ୍ୱରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତି ପାଳନ ହୋଇଯାଇଛି l ଆଜି ସକାଳୁ ସମିତି ପକ୍ଷରୁ ଆମ୍ବେଦକରଙ୍କ ଫୋଟଚିତ୍ର ନେଇ ଏକ ପ୍ରଭାତଫେରୀ ମାଧ୍ୟମରେ ସହର ପରିକ୍ରମା କରାଯାଇଥିଲା l ସହରର ଲାଞ୍ଜିପଲ୍ଲୀ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଉକ୍ତ ସ୍ଥାନରେ ଏକ ସ୍ମୃତି ସଭା ଆୟୋଜନ କରାଯାଇଥିଲା l ସମିତି ସମ୍ପାଦକ ଏସ. ସାମ୍ବଶିବା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ସହରର ବହୁ ବୁଦ୍ଧିଜୀବୀ ଜନ ସାଧାରଣ ଯୋଗ ଦେଇଥିଲେ l ଆମ୍ବେଦକର ଜଣେ ବିଶିଷ୍ଟ ରାଜନୀତିଜ୍ଞ, ଆଇନଜ୍ଞ, ସମ୍ବିଧାନ ବିଶାରଦ ଓ ଅର୍ଥନୀତିଜ୍ଞ ଥିଲେ l ସ୍ୱାଧୀନ ଭାରତର ସମ୍ବିଧାନକୁ ରୂପଦାନ କରିବାରେ ତାଙ୍କର ଅବଦାନ ଅତୁଳନୀୟ l ପିଲାଟି ବେଳୁ ସେ ବହୁ ଅପମାନ ଓ ନିର୍ଯ୍ୟାତନା ସହି ମଧ୍ୟ ସେ ବମ୍ବେର ଏଲଫିନଷ୍ଟୋନ କଲେଜରେ ବିଏ ପାସ କରି ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନର ସ୍କୁଲ ଅଫ ଇକନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସ ରେ ଅର୍ଥ ଶାସ୍ତ୍ରରେ ଏମଏସସି ଡିଗ୍ରୀ ଅଧ୍ୟୟନ ପରେ ବିଭିନ୍ନ ବିଷୟରେ ପିଏଚଡି ଓ ଏଲ.ଏଲ.ଡି ଉପାଧି ପ୍ରାପ୍ତ କରିଥିଲେ l ଜଣେ ଅର୍ଥନୀତିଜ୍ଞ ଭାବେ ଆମ୍ବେଦକରଙ୍କ ମତରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଦୁର୍ବଳତାର ମୁଖ୍ୟ କାରଣ ହେଲା ଭୂ -ସଂସ୍କାର କାର୍ଯ୍ୟରେ ବିଳମ୍ବ l ଏଥିସହ ଆର୍ଥିକ ଶୋଷଣ ଓ ସାମାଜିକ ଅନ୍ୟାୟର ବିଲୋପ ଏକାନ୍ତ ଆବଶ୍ୟକ , ଜମିଦାରୀ ପ୍ରଥାର ଉଛେଦ ହେବା ଦରକାର l ଭୂମିହୀନ ଶ୍ରମିକ ମାନଙ୍କୁ ଭୂମି ଯୋଗାଇବା ସହ କୃଷିର ଜାତୀୟକରଣ ପାଇଁ ଯୁକ୍ତି ବାଢିଥିଲେ l ସେ ସମାଜବାଦର ପ୍ରବର୍ତ୍ତନ ଦ୍ୱାରା ହିଁ ଦେଶରୁ ଦାରିଦ୍ର୍ୟ ଦୂର କରାଯାଇପାରିବ ବୋଲି କହିବାସହ ଜାତିପ୍ରଥା ଏବଂ ଅସ୍ପୃଶ୍ୟତା ହିନ୍ଦୁ ସମାଜର ପ୍ରଧାନ କଳଙ୍କ ଓ ଆଦର୍ଶ ସମାଜ ପାଇଁ ସମାନତା, ସ୍ୱାଧୀନତା ଓ ଭାତୃତ୍ୱ ହିଁ ଏକମାତ୍ର ମୂଳ ଆଧାର ବୋଲି କହିଥିଲେ l ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତ ଜନ ସାଧାରଣ ଏକାଠି ହେବା ଆବଶ୍ୟକ ବୋଲି ଆଜିର ସଭାରେ ମତ ପ୍ରକାଶ ପାଇଛି l ଆଜି ଅପରାହ୍ନରେ ବିଜିପୁର କମ୍ୟୁନିଟି ହଲଠାରେ ଆଜିର ଫାସିବାଦୀ ବ୍ୟବସ୍ଥାରେ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶଗତ ସଂଘର୍ଷର ଆବଶ୍ୟକତା ଶୀର୍ଷକ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ସମିତି ନେତା ଅଳକନାଥ ମିଶ୍ର,ବିକାଶ ସ୍ବେଛାସେବୀ ଅନୁଷ୍ଠାନର ଡା. ଗୋପବନ୍ଧୁ ବେହେରା, ଟିମ କ୍ଲିନ ସିଟିର ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ରବି ରଥ,ଏଚଆରଓ ର କେ. ନନ୍ଦେସୁ ସେନାପତି, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଜି.ଶୁଭଙ୍କର,ସୁବାଷ ଚନ୍ଦ୍ର ମିଶ୍ର, ପି. ଶଙ୍କର ରାଓ, ଅମୁଲ୍ୟଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ନାଥ ପଣ୍ଡା, ବିଷ୍ଣୁ ପ୍ରିୟା ସାହୁ, ସତ୍ୟ ନାରାୟଣ ନାୟକ, ସୂର୍ଯ୍ୟ ନାରାୟଣ ଚୌଧୁରୀ, ସିମାଞ୍ଚଳ ଶତପଥୀ, ପ୍ରମୋଦ କୁମାର ଦଳାଇ ସୁବାଷ ଚନ୍ଦ୍ର ମାଝୀ, ଆର. କେ. ସାହୁ, ଗୋକୁଲ ବେହେରା,ଅଶୋକ କୁମାର ଦଳାଇ,ପୁଜାଳି ମହାରଣା, ଡାନିଆଲ ଦାସ,ଅସନ୍ତୁଲୁ ରେଡ୍ଡୀ,ରାମ ବାବୁ,ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ତାଙ୍କ ସ୍ମୃତିରେ ଆଜି ଅପରାହ୍ନରେ ବିଜିପୁର କମ୍ୟୁନିଟି ହଲଠାରେ ଆଜିର ଫାସିବାଦୀ ବ୍ୟବସ୍ଥାରେ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶଗତ ସଂଘର୍ଷର ଆବଶ୍ୟକତା ଶୀର୍ଷକ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ସମିତି ନେତା ଅଳକନାଥ ମିଶ୍ର,ବିକାଶ ସ୍ବେଛାସେବୀ ଅନୁଷ୍ଠାନର ଡା. ଗୋପବନ୍ଧୁ ବେହେରା, ଟିମ କ୍ଲିନ ସିଟିର ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ରବି ରଥ,ଏଚଆରଓ ର କେ. ନନ୍ଦେସୁ ସେନାପତି, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁବାଷ ଚନ୍ଦ୍ର ମିଶ୍ର, ପି. ଶଙ୍କର ରାଓ, ଅମୁଲ୍ୟଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ନାଥ ପଣ୍ଡା, ବିଷ୍ଣୁ ପ୍ରିୟା ସାହୁ, ସତ୍ୟ ନାରାୟଣ ନାୟକ, ସୂର୍ଯ୍ୟ ନାରାୟଣ ଚୌଧୁରୀ, ସିମାଞ୍ଚଳ ଶତପଥୀ, ପ୍ରମୋଦ କୁମାର ଦଳାଇ ସୁବାଷ ଚନ୍ଦ୍ର ମାଝୀ, ଆର. କେ. ସାହୁ, ଗୋକୁଲ ବେହେରା,ଅଶୋକ କୁମାର ଦଳାଇ,ପୁଜାଳି ମହାରଣା, ଡାନିଆଲ ଦାସ,ଅସନ୍ତୁଲୁ ରେଡ୍ଡୀ,ରାମ ବାବୁ,ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here