ବିଶ୍ୱ ନାଟ୍ୟ ଦିବସ ଅବସରରେ ଆଲୋଚନା ଚକ୍ର

0
234

ଛତ୍ରପୁର : ଆଜି ବିଶ୍ୱ ନାଟ୍ୟ ଦିବସ ଅବସରରେ ସ୍ଥାନୀୟ ପ୍ରଗତି କଳା କେନ୍ଦ୍ର ପକ୍ଷରୁ ମଞ୍ଚ ନାଟକ ଓ ଆମେ ବିଷୟ ବସ୍ତୁ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l କଳା ସଂଗଠକ ତଥା ସାମାଜିକ କର୍ମୀ ଅରୁଣ ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଏନ ନାରାୟଣ ରେଡ୍ଡୀ, ସଙ୍ଗୀତଜ୍ଞ ବଟକୃଷ୍ଣ ତ୍ରିପାଠୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ, ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ, ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭବିଷ୍ୟତ ଓ ବର୍ତ୍ତମାନ ର ମଞ୍ଚ ନାଟକ ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ ମଞ୍ଚ ନାଟକରେ ଉଲ୍ଲେଖନୀୟ ଅବଦାନ ପାଇଁ କଳା ପ୍ରାଣ ମୃତ୍ୟଞ୍ଜୟ ତ୍ରିପାଠୀ ଓ ପଙ୍କଜ ବାରିକ ଙ୍କୁ ପ୍ରଗତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଅନୁଷ୍ଠାନ ର ସମ୍ପାଦକ ସୁଧାଂଶୁ ଶେଖର ଶତପଥି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆଲୋଚନା ଚକ୍ର ରେ ଶିକ୍ଷକ ତୁଳସୀରାମ ମେହେର, ପୂର୍ବତନ ଏନଏସି ଉପାଧ୍ୟକ୍ଷ ବସନ୍ତ ବେହେରା, ପଣ୍ଡିତ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ କଳାକାର ଓ କଳା ପ୍ରେମୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here