ପୋଲିସ ବିରୋଧରେ ଗର୍ଜିଲା ଓକିଲ ସଂଘ , ମହିଳା ଆଇନଜୀବୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଙ୍କ ବିରୋଧରେ ଉପଯୁକ୍ତ ଦଫା ଲଗାଇବା ଦାବି

0
347

ଭଞ୍ଜନଗର: ଭଞ୍ଜନଗର ସହରର କଳିଙ୍ଗ ନଗର ଦ୍ଵିତୀୟ ଲାଇନରେ ବୁଧବାର ରାତିରେ କିଛି ଅଜଣା ଦୁର୍ବୁତ୍ତଙ୍କ ଆକ୍ରମଣରେ ସ୍ଥାନୀୟ ଜଣେ ଯୁବକ ଅଜିତ କୁମାର ସେଠୀ, ମହିଳା ଆଇନଜୀବି ଅଭାଗିନୀ ବିଷୋୟୀଙ୍କ ସମେତ ତାଙ୍କ ଭାଇ, ଭାଉଜ ଓ ପଡୋଶୀ ରାଜେନ୍ଦ୍ର କୁମାର ପଣ୍ଡା ଆହତ ହୋଇଥିଲେ।ଏଥିସହ ଉକ୍ତ ଆଇନଜୀବିଙ୍କ ଘରେ ପଶି ଅସାମାଜିକ ଯୁବକ ମାନେ ଫ୍ରିଜ, ଝରକା ଓ ଦୁଇଟି ବାଇକ ଭଙ୍ଗାରୁଜା କରିଥିଲେ।ଏହାକୁ ନେଇ ଭଞ୍ଜନଗର ଥାନାରେ ଦୁଇଟି କେସ ରୁଜୁ ହୋଇଥିଲେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହୋଇ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀରେ ଭଞ୍ଜନଗର ବାର ଆସୋସିଏସନ ତରଫରୁ ଆଜି ଅପରାହ୍ନରେ ଦେୱାନୀ ଓ ଫୌଜଦାରୀ ଅଦାଲତ ସାମ୍ନା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।ସେମାନଙ୍କର କହିବା ଅନୁସାରେ ଅପରାଧୀମାନେ ଆକ୍ରମଣ ସମୟରେ ବିଭିନ୍ନ ମାରଣାସ୍ତ୍ର ଓ ହାତ ବୋମା ରଖିଥିଲେ ମଧ୍ୟ ପୁଲିସ ସେମାନଙ୍କ ବିରୁଦ୍ଧରେ କୌଣସି ସଙ୍ଗିନ ଦଫା ଲଗେଇବା ବଦଳରେ ସାଧାରଣ ଦଫା ଲଗେଇବା ସହ ଘଟଣାକୁ ୩୬ଘଣ୍ଟା ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇ ନଥିବାରୁ ରାସ୍ତା ରୋକ କରିଛନ୍ତି। ଘଟଣା ସ୍ଥଳରେ ଥାନା ଅଧିକାରୀ ପହଞ୍ଚି ଓକିଲ ସଂଘର କର୍ମକାର୍ତ୍ତାଙ୍କ ସହ ଆଲୋଚନା କରି ସେମାନଙ୍କ ଦାବୀ ମୁତାବକ ଦଫା ଲଗାଇବାକୁ କହିବା ପରେ ଓକିଲ ମାନେ ଧରଣାରୁ ଉଠିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here