ବୁଗୁଡ଼ା ବ୍ଲକ ଓ ଏନଏସି ବିଜୁ ଜନତା ଦଳର ସାଂଗଠନିକ ବୈଠକ

0
120

ବୁଗୁଡା : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ବିଶ୍ବାସକୁ ନେଇ ପୁନର୍ବାର ତୃତୀୟ ଥର ନିର୍ବାଚନ ଲଢ଼ିବା ପାଇଁ ମନୋନୀତ କରିଛନ୍ତି। ପ୍ରାର୍ଥୀ ଘୋଷଣା ପରେ ବୁଗୁଡା ବ୍ଲକ ଓ ଏନଏସି ବିଜୁ ଜନତା ଦଳ ପକ୍ଷରୁ ବିରଞ୍ଚିନାରାୟଣ କୋଣାର୍କ ମଣ୍ଡପରେ ଏକ ସାଂଗଠନିକ ବୈଠକ ମାର୍ଚ୍ଚ ୩୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ଏହି ବୈଠକରେ ଯୋଗଦେଇ ଆଲୋଚନା ଆରମ୍ଭ କରିଥିଲେ। ବିଜୁ ଜନତା ଦଳର ସମସ୍ତ ସଦସ୍ୟ ଭେଦଭାବ ଭୁଲି ଏକଜୁଟ ହୋଇ ତୃଣମୂଳ ସ୍ତରରୁ ନିର୍ବାଚନ ପାଇଁ କାମ କରିବାକୁ ଅନୁରୋଧ କରିଥିଲେ। ଏହି ବୈଠକରେ ବ୍ଲକ ଅଧ୍ଯକ୍ଷାଙ୍କ ପ୍ରତିନିଧି କେ. ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ,ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ଧରଣୀଧର ପଣ୍ଡା, ଜିଲ୍ଲା ପରିଷଦ ମେମ୍ବର ଗଙ୍ଗାପାଣି ଜେନା, ପ୍ରତିନିଧି ଟୁକୁନା ସ୍ୱାଇଁ ଓ ଜିତେନ୍ଦ୍ର କୁମାର ନାୟକ, ଖଦାଳ ଖଟେଇ, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ନଗର ସଭାପତି କେ.ତ୍ରିଲୋଚନ ଦୋରା, ସୂର୍ଯ୍ୟନାରାୟଣ ମହାନ୍ତି, କବିରାଜ ଗୌଡ଼, ମନୋଜ କୁମାର ସାହୁ, ବସନ୍ତ କୁମାର ଦଳେଇ ପ୍ରଭୃତିଙ୍କ ସମେତ ଏନଏସି କାଉନସିଲର ବୃନ୍ଦ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ବୃନ୍ଦ, ସମିତି ମେମ୍ବର ବୃନ୍ଦ ଏବଂ ବିଜେଡି କର୍ମକର୍ତ୍ତା ଓ ସକ୍ରିୟ ସଭ୍ୟ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ଯେପରି ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ ସେଥିପାଇଁ ଆନ୍ତରିକ ଚେଷ୍ଟା କରିବାକୁ ପ୍ରକାଶ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here